ବାଲିଗୁଡା ବିଜେଡିରେ ଗୋଷ୍ଠୀ କନ୍ଦଳ, ମନ୍ତ୍ରୀଙ୍କ ସମ୍ମୁଖରେ ୨ ଗୋଷ୍ଠୀ ହାତାହାତି

0 118

ବାଲିଗୁଡା : ବାଲିଗୁଡା ବିଜେଡିରେ ଗୋଷ୍ଠୀ କନ୍ଦଳ । ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ମୁଖରେ ଦୁଇ ଗୋଷ୍ଠୀ ହାତାହାତି ହୋଇଛନ୍ତି । ଆଇନ ଓ ପଂଚାୟତରାଜ ମନ୍ତ୍ରୀ ତଥା କନ୍ଧମାଳ ବିଜେଡିର ପର୍ଯ୍ୟବେକ୍ଷକ ପ୍ରତାପ ଜେନା ପାଞ୍ଚ ଦିନିଆ କନ୍ଧମାଳ ଗସ୍ତରେ ଆସିଥିଲେ । ଆଜି କୋଟଗଡ ଗସ୍ତ ବେଳେ ବାଲିଗୁଡା ବିଜେଡି କାର୍ଯାଳୟ ନିକଟରେ ଏହିଭଳି ଅଭାବନୀୟ ଘଟଣା ଘଟିଥିଲା । ବାଲିଗୁଡା ବିଜେଡି ନଗରସଭାପତି ଶେଖସାଦିକ କର୍ମୀଙ୍କ ସହ ଦଣ୍ଡପଦର ସ୍ଥିତ ପେଟ୍ରୋଲ ପମ୍ପରୁ ମନ୍ତ୍ରୀଙ୍କୁ ସ୍ୱାଗତ କରି ଆସୁଥିବା ବେଳେ ବ୍ଲକ ବିଜେଡି ସଭାପତି ଟୁନା ଦାସଙ୍କ ସମର୍ଥକ ଶୋଭାଯାତ୍ରାକୁ ଆଟକାଇ କାର୍ଯ୍ୟକ୍ରମକୁ ଭଣ୍ଡୁର କରିବାରେ ନଗର ସଭାପତିଙ୍କୁ ଠେଲାପେଲା କରିବା ସହିତ ଶେଖସାଦିକଙ୍କ ପୁଅ ଆମନ ଅଫତାବ ସମେତ ଅନ୍ୟ କର୍ମୀମାନଙ୍କୁ ପୋଲିସ ଉପସ୍ଥିତିରେ ନିର୍ଧୁମ ମାଡ଼ ମାରିଥିଲେ । ଏନେଇ ନଗର ସଭାପତି ଶେଖସାଦିକ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।

hiranchal ad1
Leave A Reply

Your email address will not be published.

2 × 1 =