ଦୀର୍ଘଦିନ ପରେ ଅନୁଷ୍ଠିତ ହେଲା ପୁରୀ ଜିଲ୍ଲା ପରିଷଦର ବୈଠକ

0 47

ପୁରୀ : ଦୀର୍ଘଦିନ ପରେ ଅନୁଷ୍ଠିତ ହେଲା ପୁରୀ ଜିଲ୍ଲା ପରିଷଦର ବୈଠକ। କୋଭିଡ କଟକଣା ଯୋଗୁଁ ପ୍ରାୟ ଦୁଇ ବର୍ଷ ଧରି ବସିନଥିବା ବୈଠକରେ ଆଜି ଜିଲ୍ଲାର ସମସ୍ତ ଜନପ୍ରତିନିଧି ମାନଙ୍କୁ ନେଇ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଚଳିତ ଆର୍ଥିକ ବର୍ଷରେ ଜିଲ୍ଲା ପରିଷଦ ସଭ୍ୟମାନଙ୍କ ଦ୍ବାରା ଦିଆଯାଇଥିବା ପ୍ରକଳ୍ପର ଅନୁମୋଦନ ଓ ସଂଶୋଧନ କରାଯାଇଥିଲା। ଏହି ଅବସରରେ ପାନୀୟ ଜଳ ଯୋଗାଣ, ସ୍ବାସ୍ଥ୍ୟ, ସରବଶିକ୍ଷା ଅଭିଯାନ, କୃଷି, ବିଦ୍ୟୁତ୍ ବିଭାଗର ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା ହୋଇଥିଲା। ଦୀର୍ଘ ବର୍ଷ ଧରି ବନ୍ଦ ହୋଇପଡିଥିବା ପ୍ରକଳ୍ପ ଗୁଡ଼ିକୁ ସକ୍ରିୟ କରିବା ପାଇଁ ବିଭାଗୀୟ ଅଧିକାରୀ ଓ ଜନପ୍ରତିନିଧି ମାନେ ମିଳିତ ପ୍ରୟାସ କରିବା ପାଇଁ ମତ ପ୍ରକାଶ ପାଇଥିଲା। ଦୀର୍ଘ ଦୁଇ ବର୍ଷ ପରେ ବସିଲା ପୁରୀ ଜିଲ୍ଲା ପରିଷଦର ବୈଠକ। କୋଭିଡ କଟକଣା ଯୋଗୁଁ ଜିଲ୍ଲା ପରିଷଦର ବୈଠକ ଓ କାର୍ଯ୍ୟ ଠପ୍ ହୋଇ ପଡ଼ିଥିଲା। ଆଜି ଅନୁଷ୍ଠିତ ହୋଇଥିବା ଏହଗ ସପ୍ତମ ବୈଠକରେ ଜିଲ୍ଲାର ସମସ୍ତ ଜନପ୍ରତିନିଧି ଓ ଅଧିକାରୀମାନେ ବୈଠକରେ ସାମିଲ ହୋଇଥିଲେ। ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ମନ୍ତ୍ରୀ ସମୀର ରଞ୍ଜନ ଦାଶ, ତୁଷାରକାନ୍ତି ବେହେରା, ସାଂସଦ ପିନାକୀ ମିଶ୍ର, ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, ଉମା ସାମନ୍ତରାୟ, ରୁଦ୍ର ପ୍ରତାପ ମହାରଥି ପ୍ରମୁଖ ଓ ଜିଲ୍ଲା ପରିଷଦର ସଭ୍ୟ ସଭ୍ୟାମାନେ ଭାଗ ନେଇଥିଲେ। ବୈଠକରେ ଚଳିତ ଆର୍ଥିକ ବର୍ଷରେ ଅଦ୍ୟାବଧି ମିଳିଥିବା ଅନୁଦାନ ଖର୍ଚ୍ଚ ଓ କାର୍ଯ୍ୟର ଅଗ୍ରଗତି ସଂପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ବୈଠକରେ ପଞ୍ଚମ ଅର୍ଥ କମିଶନଙ୍କ ସୁପାରିଶରେ ଦିଆଯାଇଥିବା ପ୍ରକଳ୍ପ ଗୁଡିକର ଅନୁମୋଦନ ଓ ସଂଶୋଧନ କରାଯାଇଥିଲା। ଜିଲ୍ଲାରେ କରାଯାଇଥିବା ରାସ୍ତା ନିର୍ମାଣ, ପାନୀୟ ଜଳ ଯୋଗାଣ, ସର୍ବ ଶିକ୍ଷା ଅଭିଯାନ, କୃଷି, ବିଦ୍ୟୁତ୍, ଯୋଗାଣ ବିଭାଗ ପ୍ରଭୃତିର ଅନୁଦାନ ଓ ଖର୍ଚ୍ଚର ଆଲୋଚନା ହୋଇଥିଲା। ଅଧିକାରୀ ମାନେ ପ୍ରକଳ୍ପ ସ୍ଥାନକୁ ଯାଇ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ତୁରନ୍ତ ପଦକ୍ଷେପ ନେବାକୁ ମତପ୍ରକାଶ ପାଇଥିଲା। ଜନପ୍ରତିନିଧି ଓ ଅଧିକାରୀମାନଙ୍କ ମଧ୍ୟରେ ସମନ୍ୱୟ ସ୍ଥାପନ କରି କାର୍ଯ୍ୟ କରିବାକୁ ପରାମର୍ଶ ଦିଆଯାଇଥିଲା‌‌। ଏହି ଅବସରରେ ପୁରୀ ବିଧାୟକ ଓ ସତ୍ୟବାଦୀ ବିଧାୟକ ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ କଥା କଟାକଟି ହୋଇଥିଲା। ବୈଠକରେ ଜିଲ୍ଲାର ସମସ୍ତ ମନ୍ତ୍ରୀ, ସାଂସଦ, ବିଧାୟକ ଭାଗ ନେଇ ପରିଷଦର କାର୍ଯ୍ୟକ୍ରମ ଓ ପ୍ରକଳ୍ପ ଗୁଡ଼ିକୁ ତ୍ବରାନିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ପିପିଲିର ପୂର୍ବତନ ବିଧାୟକ ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ଉଦ୍ଦେଶ୍ୟରେ ବୈଠକ ଆରମ୍ଭ ପୂର୍ବରୁ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା।

hiranchal ad1
Leave A Reply

Your email address will not be published.

two × five =