ବିଜେପି ତରଫରୁ କଣ୍ଟାମାଳରେ ବନ୍ଦ୍‌ ଶାନ୍ତିପୂର୍ଣ୍ଣ

0 66

କଣ୍ଟାମାଳ,୩୦/୧୦ – ମମିତା ମେହେର ହତ୍ୟାକାଣ୍ଡରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତିକୁ ନେଇ ମନ୍ତ୍ରୀପଦରୁ ବହିଷ୍କାର ଓ ଗିରଫ ଏବଂ ଘଟଣାର ସି.ବି ଆଇ ତଦନ୍ତ ଦାବିରେ ଆଜି ଭାରତୀୟ ଜନତା ପାର୍ଟୀ ତରଫରୁ ବୌଦ୍ଧ ଜିଲ୍ଲା ବନ୍ଦ ଡାକରା ପରିପ୍ରେକ୍ଷୀରେ କଣ୍ଟାମାଳ, ପଲସାଗୋରା, ମନମୁଣ୍ଡାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳଥିଲା । ବନ୍ଦ୍‌ ପ୍ରଭାବରେ ବିଭିନ୍ନ ସରକାରୀ ବେସରକାରୀ ସ୍କୁଲ, କଲେଜ, କୋର୍ଟ, ସରକାରୀ କାର୍ଯ୍ୟାଳୟ, ଯାନବାହନ ଚଳାଚଳ ଓ ଦେକାନ ବଜାର ସଂପୂର୍ଣ୍ଣ ବନ୍ଦ ରହିଥିଲା । କଣ୍ଟାମାଳରେ ବିଜେପି ତରଫରୁ ପିନାକଧର ରଣା, ଡମ୍ବରୁଧର କହଁର, ସୁଦର୍ଶନ ବଘାର, ଗୋପାଳ ପୁରୋହିତଙ୍କ ସମେତ ଶତାଧିକ କର୍ମୀ ପିକେଂଟି କରି ବନ୍ଦ ପାଳନରେ ସାମିଲ ଥିଲେ ।

hiranchal ad1
Leave A Reply

Your email address will not be published.

ten − six =