କଟକ ମହାନଗର ବିଜୁ ଯୁବ ଜନତା ଦଳ ତରଫରୁ ଜୀବନବିନ୍ଦୁ କାର୍ଯ୍ୟକ୍ରମ

0 33

କଟକ,୩୦/୧୦- ଓଡ଼ିଶା ମୋ ପରିବାର ଓ ଜୀବନ ବିନ୍ଦୁ ଆନୁକୂଲ୍ୟରେ ଆୟୋଜିତ କଟକ ମହାନଗର ବିଜୁ ଯୁବ ଜନତା ଦଳ ସଭାପତି ଶ୍ରୀଯୁକ୍ତ ମନୋଜିତ ଦାସଙ୍କ ତତ୍ୱାବଧାନରେ ଓ ପଙ୍କଜ ରାଉତ, ଅଭିଜିତ ସାହୁ, ରାକେଶ ପୃଷ୍ଟି, ମହମ୍ମଦ ଫିରୋଝୁର ରେହମାନ ଓ ଅରିଜିତ ଗାଙ୍ଗୁଲି ନେତୃତ୍ୱରେ ରକ୍ତଦାନ ଶିବିର ଅନୁଷ୍ଠିତ ହେଇଥିଲା । ଏହି କ୍ୟାମ୍ପରେ ସମୁଦାୟ ୬୪୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଏହି ଶିବିରକୁ ରାଜ୍ୟ ବିଜୁ ଛାତ୍ର ଜନତା ଦଳ ସଭାପତି ତଥା ବାଙ୍କୀ ବିଧାୟକ ଶ୍ରୀଯୁକ୍ତ ଦେବୀ ରଞ୍ଜନ ତ୍ରିପାଠୀ ଉଦଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ କଟକ ଜିଲ୍ଲା ଜୀବନବିନ୍ଦୁ ସଂଯୋଜକ ପ୍ରଭାତ ରଂଜନ ବିଶ୍ୱାଳ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଧର୍ମେଶ ନାୟକ, କେଦାର ପୃଷ୍ଟି, ଜ୍ଞାନେଦ୍ର ଗିରି ଗୋସ୍ୱାମୀ, ଅନିତା ବେହେରା, ପୂର୍ଣ୍ଣିମା ସିଂ, ମହମ୍ମଦ ସକିଲ, ଜଗତ ଜ୍ୟୋତି ପଟ୍ଟନାୟକ, ସିଦ୍ଧାର୍ଥ ରାୟ, ସୋମ୍ୟାଦିପ ଘୋଷ, ରଶ୍ମି ରଂଜନ ମହାନ୍ତି, ଜନ ଆଶିଷ ବରାଳ ପ୍ରମୁଖ ଯୋଗଦାନ କରିଥିଲେ । ଏହି ଶିବିରଟିକୁ କଟକ ବାରବାଟି ଡିଜିଟାଲ ସମ୍ପାଦକ ପ୍ରକାଶ ମହାପାତ୍ର, ଶେଖ୍‌ ସବିର୍‌, ଶେଖ୍‌ ସୁଲେମାନ, ଅରୁଣ କୁମାର ମହାପାତ୍ର, ସନ୍ତୋଷ ସାହୁ, ମାନସ ଦତ୍ତ, ଶୁଭଙ୍କର ସେନ୍‌, ନେଲେଶ ଓଝା, ଚନ୍ଦନ ବେହେରା, ସଚିଦାନନ୍ଦ ମଲ୍ଲିକ, ଦୀପଙ୍କର ସେନ୍‌, ସ୍ମୃତି ରଂଜନ ଶତପଥୀ, ଶମ୍ଭୁ ମଲ୍ଲିକ, ସୂର୍ଯ୍ୟକାନ୍ତ ସାହୁ, ଚନ୍ଦ୍ରଶେଖର ବେହେରା , ରତନ କୁମାର ଗୁଇଁ , ନିଶାକର ବେହେରା, ଗୌତମ ବେହେରା, ଅଶ୍ୱନି ବେହେରା ପ୍ରମୁଖ ପରିଚାଳନା କରିଥିଲେ । ସର୍ବଶେଷରେ ଯୁବନେତା ସୁଶାନ୍ତ ଦାସ ସମସ୍ତ ରକ୍ତଦାତାଙ୍କୁ ଧନ୍ୟବାଦ୍‌ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

nineteen − 3 =