ମା ମାହେଶ୍ୱରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

0 103

ଜହ୍ନ ।ପଙ୍କ,୩୦/୧୦ :ବୌଦ୍ଧବ୍ଳକ ଖୁଂଟବନ୍ଧ ପଞ୍ଚାୟତ ବୁରକଟା ଗଦବସା ପଡ଼ିଆରେ ମା ମାହେଶ୍ୱରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ୨୦୨୧ କରୋନା କଟକଣା ମଧ୍ୟରେ ଶନିବାର ଉଦଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଖୁଂଟବନ୍ଧ ସରପଞ୍ଚ ଯୋଗଦେଇ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ସ୍ୱେଚ୍ଛାସେବୀ ସୁରମଣି ମିଶ୍ର, ଅନନ୍ତ ପ୍ରଧାନ ,ସାମ୍ବାଦିକ ସୁଧାଂଶୁ ଶେଖର ମିଶ୍ର, ପ୍ରକାଶ ବାରିକ ଯୋଗଦେଇ ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ । ଉଦଘାଟନୀ ମ୍ୟାଚ ଖୁଂଟବନ୍ଧ ଓ ଚାରିଶମ୍ଭୁ ଦଳ ମଧ୍ୟରେ ହୋଇଥିଲା । ପ୍ରଥମେ ଚାରିଶମ୍ଭୁ ନିର୍ଦ୍ଧାରିତ ୧୦ ଓଭରରେ ୮ ୱିକେଟ ହରାଇ ୭୧ ରନ କରିଥିଲା । ଏହାର ଜବାବରେ ଖୁଂଟବନ୍ଧ ୮.୪ ଓଭରରେ ୪ ୱିକେଟ ହରାଇ ୭୨ ରନ କରି ବିଜୟୀ ହୋଇଥିଲା । ରବିବାର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ।

hiranchal ad1
Leave A Reply

Your email address will not be published.

4 × two =