ରାଷ୍ଟ୍ରୀୟ ଅଧକ୍ଷା ଶ୍ରୀମତୀ ଭିନତୀ ଶ୍ରୀନିବାସନ ଦର୍ଶନକଲେ ଶ୍ରୀଜଗନ୍ନାଥଙ୍କୁ

0 68

ପୁରୀ,୩୦/୧୦- ବିଜେପିର ଭାରତୀୟ ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧକ୍ଷା ଶ୍ରୀମତୀ ଭିନତୀ ଶ୍ରୀନିବାସନ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି । ମହାପ୍ରଭୁଙ୍କ ଦର୍ଶନ ପାଇ ସେ ବହୁତ ଆନନ୍ଦିତ ଥିବା କହିଛନ୍ତି । ସେ ସିଂହଦ୍ୱାରରେ ପହଁଚିବା ପରେ ବରିଷ୍ଠ ସେବାୟତ ମଧୁସୂଦନ ସିଂହାରି ତାଙ୍କୁ ସ୍ୱାଗତ କରି ଶ୍ରୀମନ୍ଦିର ଭିତରକୁ ନେଇଥିଲେ । ତାଙ୍କ ସହ ବିଜେପି ମହିଳା ମୋର୍ଚ୍ଚା ଅନେକ ନେତା ଓ କର୍ମୀ ଉପସ୍ଥିତ ଥିଲେ । ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନିର୍ଦ୍ଦେଶକ୍ରମେ ବିଜେପି ମହିଳା ମୋର୍ଚ୍ଚାର ଏକ ଟିମ ନେଇ ସେ ମମିତା ମେହେର ହତ୍ୟାକାଣ୍ଡର ଅନୁଧ୍ୟାନ କରିବା ପାଇଁ ଓଡିଶା ଆସିଥିଲେ । କେନ୍ଦ୍ରୀୟ ଟିମ ମମିତାଙ୍କ ଘରକୁ ଯାଇ ପରିବାର ବର୍ଗ ସହ ଆଲୋଚନା କରିଥିଲେ । ତେବେ ଗୃହମନ୍ତ୍ରୀଙ୍କୁ ତୁରନ୍ତ ରାଜ୍ୟ ସରକାର ବହିଷ୍କାର କରି ସଠିକ ଦିଗରେ ତଦନ୍ତ କରିବାକୁ ଦାବି କରିଥିଲେ । ଓଡିଶାରେ ମହିଳାଙ୍କ ଉପରେ ଅତ୍ୟାଚାର ବଢି ଚାଲିଥିବାବେଳେ ସେ ନବୀନ ସରକାରଙ୍କୁ କଡା ସମାଲୋଚନା କରିଥିଲେ ।

hiranchal ad1
Leave A Reply

Your email address will not be published.

four × 5 =