ସହିଦସ୍ମୃତିରେ ପ୍ରେସ ଏକାଦଶ ଓ ପୋଲିସ ଅଧିକାରୀ ଏକାଦଶ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ

0 132

ଫୁଲବାଣୀ,୩୦/୧୦- ସହିଦଙ୍କ ସ୍ମୃତିରେ ଶନିବାର ସ୍ଥାନୀୟ ପୋଲିସ ରିଜର୍ଭ ପଡିଆଠାରେ ପ୍ରେସ କ୍ଳବ୍‌ ମିଡିଆଏକାଦଶ ଓ ପୋଲିସ ଅଫିସର ଏକାଦଶ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏଥିରେ ୧୫ ଓଭର ଲେଖାଏ ଖେଳ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ ୩୨ ରନରେ ମିଡ଼ିଆ ଏକାଦଶ ବିଜୟୀ ହୋଇଥିଲେ । ମିଡ଼ିଆ ଏକାଦଶ ୧୫ ଓଭରରେ ୫ ୱିକେଟ ହରାଇ ୧୧୭ ରନ ସଂଗ୍ରହ କରିଥିବା ବେଳେ ପୋଲିସ ଏକାଦଶ ସମସ୍ତ ୱିକେଟ ହରାଇ ରନ କରିଥିଲେ । ପ୍ରେସ କ୍କ୍ୱ୍ୱବର ସଭାପତି ସୁନୀଲ ପଟ୍ଟନାୟକ ଓ ସଂପାଦକ ପ୍ରଶାନ୍ତ ବେହେରା ଓ କର୍ମକର୍ତ୍ତାଙ୍କ ତତ୍ତ୍ୱାବଧାନରେ ଓ ପରିଚାଳନାରେ ପ୍ରେସ ଏକାଦଶ ଟିମ ମ୍ୟାଚ ଖେଳିଥିବାବେଳେ ରିଜର୍ଭ ଆର ଆଇ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବରିଷ୍ଠ ଅଧିକାରୀଙ୍କ ପରିଚାଳନାରେ ପୋଲିସ ଏକାଦଶ ମ୍ୟାଚ ଖେଳିଥିଲା । ପ୍ରେସ ଏକାଦଶ କ୍ୟାପ୍‌ଟେନ ରଂଜନ କୁମାର ଦାସ ରହିଥିବାବେଳେ ପୋଲିସ ଏକାଦଶ କ୍ୟାପଟେନ ଥିଲେ ଏସଡିପିଓ ଭାଇସ କ୍ୟାପଟେନ ମହେନ୍ଦ୍ରନାଥ ମୁର୍ମୁ । ପ୍ରେସ ଏକାଦଶର ଶିବନାୟକ ୫୪ ରନ ସଂଗ୍ରହ କରି ମେନ ଅଫ ଦି ମ୍ୟାଚ ହୋଇଥିଲେ । ଦୀପକ ସାହୁ ବେଷ୍ଟ ବୋଲର ଘୋଷିତ ହୋଇଥିଲେ । ଏଭଳି ଖେଳିବାଦ୍ୱାରା ପୋଲିସ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ମଧ୍ୟରେ ସମ୍ପର୍କ ଓ ଭାଇଚାରା ବୃଦ୍ଧି ପାଇବ ବୋଲି ଏହି ଅବସରରେ ବରିଷ୍ଠ ଅଧିକାରୀମାନେ ମତବ୍ୟକ୍ତ କରିଥିଲେ । କମାଣ୍ଡାଣ୍ଟ ସନ୍ତୋଷ କୁମାର ଦଣ୍ଡସେନା, ଜ଼ିଲ୍ଲା କ୍ରୀଡ଼ା ସମ୍ପାଦକ ତଥା ସାମ୍ବାଦିକ ଶିବ ପ୍ରାସାଦ ତ୍ରିପାଠୀ, ବରିଷ୍ଠ ସାମ୍ବାଦିକ, ଡ଼. ଅରୁପ ଜେନା, ବିଜୟ ମହାନ୍ତି, ନାରାୟଣ ସାହୁ, ସନ୍ତୋଷ ଡିଗାଲ, ଶିବାନନ୍ଦ ପଟନାୟକ, ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନକୁ ଉତ୍ସାହିତ କରିଥିଲେ । ଜୀବନ ଜ୍ୟୋତି ଜେନା ଓ ଅମରୀଶ୍ୱର ପାତ୍ର ସୁନ୍ଦର ଭାବେ ଅମ୍ପାୟାର କାର୍ଯ୍ୟ କରିଥିଲେ ।

hiranchal ad1
Leave A Reply

Your email address will not be published.

9 − seven =