ପୁରୀ ମୁନସିପାଲିଟିର ସଫେଇ କର୍ମଚାରୀମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନକୁ ଓହ୍ଲାଇବେ ନଭେମ୍ବର ୨ରେ

0 49

ପୁରୀ,୩୦/୧୦- ଆସନ୍ତା ନଭେମ୍ବର ୨ ତାରିଖରୁ ଠାରୁ ପୁରୀ ମୁନସିପାଲିଟିର ସଫେଇ କର୍ମଚାରୀମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନକୁ ଓହ୍ଲାଇବେ । ଦୀର୍ଘ ୬ ମାସ ହେବ ଦରମା ନ ମିଳିବା ପ୍ରତିବାଦରେ ସଫେଇ କର୍ମଚାରୀମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବାପାଇଁ ଚେତାବନୀ ଦେଇଛନ୍ତି । ସଙ୍ଘ ପକ୍ଷରୁ ଏ ନେଇ ଏକ ବୈଠକ କରାଯାଇ ନିଷ୍ପତ୍ତିି ନିଆଯାଇଛି । ସଙ୍ଘ ଅଭିଯୋଗ କରିଛି କୋଭିଡ ସମୟ ଯେତେବେଳେ ଲୋକମାନେ ଘରୁ ନ ବାହାରୁ ନ ଥିଲେ ସେତେବେଳେ ଜୀବନକୁ ବାଜି ଲଗାଇ ସଫେଇ କର୍ମଚାରୀମାନେ ସଫେଇ କରୁଥିଲେ । ଏପରିକି କୋଭିଡକୁ ଭୟ ନକରି କୋଭିଡ ବର୍ଜ୍ୟବସ୍ତୁ ମଧ୍ୟ ସଫେଇ କରୁଥିଲେ । ସେହିପରି ଶ୍ରୀକ୍ଷେତ୍ର ପୁରୀରେ ରାତି ୩ ଟାରୁ ଉଠି ସଫେଇ କର୍ମଚାରୀମାନେ ସଫେଇ କରୁଛନ୍ତି । ଫଳରେ ସକାଳୁ ପୁରୀ ସହର ଆବର୍ଜନା ମୁକ୍ତ ହେବା ସହ ସୁସ୍ଥ ପରିବେଶ ରହି ପାରୁଛି । ଏତେ ସେବା ପ୍ରଦାନ କରିବା ପରେ ମଧ୍ୟ ହେଲେ ଦୁର୍ଭାଗ୍ୟର ବିଷୟ ପୁରୀ ପୌର ପ୍ରଶାସନ ସଫେଇ କର୍ମଚାରୀଙ୍କୁ ୬ ମାସ ହେବ ଦରମା ପ୍ରଦାନ କରିନାହିଁ । ଫଳରେ ପରିବାର ପ୍ରତିପୋଷଣ କରିବା ଅସମ୍ଭବ ହୋଇ ପଡିଛି । ପେଟରେ ଭୋକ ଥାଇ ଆଉ କେତେ ଦିନ ସଫେଇ କର୍ମଚାରୀ କାମ କରିବେ ବୋଲି ସଂଘ ପ୍ରଶ୍ନ କରିଛି । ସରକାରଙ୍କ କର୍ମଚାରୀମାନେ ମାସକୁ ମାସ ଦରମା ପାଉଥିବା ବେଳେ ଅସ୍ଥାୟୀ ସଫେଇ କର୍ମଚାରୀଙ୍କୁ ଧ୍ୟାନ ନ ଦେବା ଅତ୍ୟନ୍ତ ଅମାନବୀୟ ବୋଲି ସଙ୍ଘ କହିଛି । ତୁରନ୍ତ ପୁରୀ ଜିଲାପାଳ ଏହି ସମସ୍ୟାର ସମାଧାନ ନ କଲେ ଆଗାମୀ ମଙ୍ଗଳବାର ଠାରୁ ପୁରୀ ମୁନସିପାଲିଟିରେ କାମ କରୁଥିବା ସମସ୍ତ ସଫେଇ କର୍ମଚାରୀ କାର୍ଯ୍ୟ ବନ୍ଦ କରିବେ ବୋଲି କହିଛନ୍ତି । ସେ ନେଇ ଯେଉଁ ଅପ୍ରୀତିକର ପରିସ୍ଥିତି ହେବ ସେଥିପାଇଁ ପ୍ରଶାସନ ଦାୟୀ ରହିବ ବୋଲି ସଫେଇ କର୍ମଚାରୀ ସଙ୍ଘ କହିଛି ।

hiranchal ad1
Leave A Reply

Your email address will not be published.

2 × 4 =