ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଛେଦ ! ପଦ୍ମ ଶିବିରରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

0 95

ଭୁବନେଶ୍ୱର: ବିଜେପିରେ ମିଶିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଆଜି ପ୍ରଶାନ୍ତ ବିଧିବଦ୍ଧ ଭାବରେ ପଦ୍ମ ଧରିଛନ୍ତି । ସମର୍ଥକଙ୍କ ସହ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପଦ୍ମ ଧରିଛନ୍ତି ପ୍ରଶାନ୍ତ । ବିଜେପି ସହପ୍ରଭାରୀ ଲତା ଉସେଣ୍ଡି, ସାଂସଦ ଅପରାଜିତା ଷଡ଼ଙ୍ଗୀ, ପୃଥ୍ୱୀରାଜ ହରିଚନ୍ଦନଙ୍କ ସମେତ ବହୁ ବରିଷ୍ଠ ବିଜେପି ନେତାଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି ପ୍ରଶାନ୍ତ ଜଗଦ୍ଦେବ ।
ତେବେ ବିଜେପିରେ ଯୋଗଦାନ ପରେ ପ୍ରଶାନ୍ତ କହିଛନ୍ତି ଯେ ବିଜେପିରେ ଯୋଗ ଦେଇ ଆଜି ମୁଁ ବହୁତ ଖୁସି । ସେ କହିଛନ୍ତି ନବୀନ ବାବୁଙ୍କ ପାଇଁ ବହୁତ କାମ କରିଛି, ସିଏ ବି ମୋତେ ବହୁତ ସମ୍ମାନ ଦେଇଛନ୍ତି । କିନ୍ତୁ ଆଜି ନବୀନ ବାବୁ ସେ ଅବସ୍ଥାରେ ନାହାଁନ୍ତି, ଆମକୁ ସୁରକ୍ଷା ଦେବା ଓ ଓଡିଶା ପାଇଁ କିଛି କାର୍ଯ୍ୟ କରିବା । ନବୀନ ରାଜନୀତି ବ୍ୟବସ୍ଥା ଭିତରୁ ନିବୃତ୍ତ ରହିଯିବା କଥା । ଓଡ଼ିଶାରେ ବି ଡବଲ ଇଞ୍ଜିନ ସରକାର ଆସିବାକୁ ଯାଉଛି ବୋଲି କହିଛନ୍ତି ପ୍ରଶାନ୍ତ ।ଏହି ଅବସରରେ ଭୁବନେଶ୍ୱର ଏମପି ଅପରାଜିତା ଷଡଙ୍ଗୀ କହିଛନ୍ତି, ଆମେ ଖୁବ୍‌ ଆନନ୍ଦିତ । ପ୍ରଶାନ୍ତ ଜଗଦ୍ଦେବ ବିଜେପିର ପରିବାର ସଦସ୍ୟ ଭାବେ କାର୍ଯ୍ୟ କରିବେ । ମୋଦୀଙ୍କ ନେତୃତ୍ୱରେ ବିଜେପି ଦିନକୁ ଦିନ ଶକ୍ତିଶାଳୀ ହେଉଛି । ଆମେ ସମସ୍ତେ ମିଳିମିଶି ଲୋକଙ୍କ ପାଇଁ କାମ କରିବୁ ।ପ୍ରଶାନ୍ତ ଜଗଦ୍ଦେବ ଖୋର୍ଦ୍ଧାର ଜଣେ ବାହୁବଳୀ ନେତା । ମାତ୍ର କିଛି ବର୍ଷ ପୂର୍ବରୁ ଚିଲିକା ବ୍ଲକ କାର୍ଯ୍ୟାଳୟରେ ସେ କିଛି ଲୋକଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଥିଲେ । ଏହି ଘଟଣାରେ ବିଜେଡ଼ି ତାଙ୍କୁ ବହିଷ୍କାର କରିଥିଲା । 2021 ମସିହା ସେପ୍ଟେମ୍ବର 9 ରେ ବିଜେଡିରୁ ନିଲମ୍ବିତ ହୋଇଥିଲେ ପ୍ରଶାନ୍ତ ଜଗଦ୍ଦେବ । ତାଙ୍କ ଘର ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକ ବଡ଼ପୋଖରିଆ ଅଞ୍ଚଳରେ ହୋଇଥିବାରୁ ସମଗ୍ର ଜିଲ୍ଲାରେ ତାଙ୍କର ଭଲ ଦବଦବା ରହିଛି ।

hiring

ପ୍ରଶାନ୍ତ ବିଜେପିରେ ମିଶିବା ନେଇ ପୂର୍ବରୁ ଇଙ୍ଗିତ କରିଥିଲେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମାଲୋଚନା ଅବସରରେ ପ୍ରଶାନ୍ତଙ୍କ କଥା ଉଠାଇ ସସ୍ମିତ ପାତ୍ର କହିଥିଲେ ବିଜେପି ନେତାଙ୍କୁ ଆକ୍ରମଣ ଅଭିଯୋଗରେ ପ୍ରଶାନ୍ତଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଲମ୍ବନ କରିଥିଲେ । ଏହାପରେ ପ୍ରଶାନ୍ତ ଜବଦ୍ଦେବଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହିଷ୍କାର ମଧ୍ୟ କରିଥିଲେ । ଏବେ ସେହି ପ୍ରଶାନ୍ତ ବିଜେପିର ଗେହ୍ଲାପୁଅ ସାଜିଛନ୍ତି, ସଭାସମିତି କରୁଛନ୍ତି । ଧର୍ମେନ୍ଦ୍ର ପ୍ରଧାନଙ୍କ ଆଶୀର୍ବାଦରେ ଏବେ ସେ ବିଜେପିରେ ମିଶିବାକୁ ଯାଉଛନ୍ତି ବୋଲି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ପ୍ରକାଶ କରିଥିଲେ । ଆଜି ସେ ବିଜେପିରେ ସାମିଲ ହୋଇ ସମସ୍ତ ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇଛନ୍ତି ।
୨୦୦୦ ମସିହାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ପଟ୍ଟନାୟକଙ୍କ ସହ ଜନତା ଦଳ ତରଫରୁ ମୁକାବିଲା କରି ହାରିଥିଲେ ପ୍ରଶାନ୍ତ ଜଗଦ୍ଦେବ । ଏହାପରେ ବିଜେଡି ତରଫରୁ ଛିଡ଼ା ହୋଇ ସେ ବେଗୁନିଆ ବିଧାୟକ ହୋଇଥିଲେ । ୨୦୧୪ ରୁ ୨୦୧୯ ମସିହା ପର୍ଯ୍ୟନ୍ତ ଦୁଇ ଦୁଇ ଥର ସେ ବେଗୁନିଆ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଏହାପରେ ୨୦୧୯ ମସିହାରୁ ଚିଲିକାରୁ ବିଜେଡି ତରଫରୁ ସେ ମଇଦାନକୁ ଓହ୍ଲାଇ ବିଜୟୀ ହୋଇଥିଲେ ।

ପ୍ରଶାନ୍ତ ଜଗଦ୍ଦେବଙ୍କର ଖୋର୍ଦ୍ଧାରେ, ବେଗୁନିଆରେ ତଥା ଚିଲିକାରେ ଭଲ ସଙ୍ଗଠନ ଅଛି । ମାତ୍ର ସେ ବିଜେପି ତରଫରୁ ଖୋର୍ଦ୍ଧାରୁ କିମ୍ବା ବେଗୁନିଆରୁ ଲଢ଼ି ପାରନ୍ତି ବୋଲି ଚର୍ଚ୍ଚା ହେଉଛି । କିଛି ମାସ ହେବ ଖୋର୍ଦ୍ଧାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି । ତେବେ ଏପରି ଉଶୃଙ୍ଖଳ ଆଚରଣ ପାଇଁ ଦିନେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଟାର୍ଗେଟ କରୁଥିବା ବିଜେପି ଏବେ ତାଙ୍କୁ ଦଳରେ ସାମିଲ କରି କ’ଣ ନିର୍ବାଚନୀ ଫାଇଦା ହାସଲ କରି ପାରୁଛି ତାହା ଉପରେ ସମସ୍ତଙ୍କ ନଜର ।

hiranchal ad1
Leave A Reply

Your email address will not be published.

thirteen + three =