ବିଜେପି ପାର୍ଟି ଅଫିସରେ ମିଶ୍ରଣ ପର୍ବ, ବିଜେଡି ଛାଡି ବିଜେପିରେ ଯୋଗଦେଲେ ଅଞ୍ଜଳି ବେହେରା

0 259

ଭୁବନେଶ୍ୱର : ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆଜି ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ମିଶ୍ରଣ ପର୍ବରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳର ଟାଣୁଆ ବିଜେଡି ନେତ୍ରୀ ଅଞ୍ଜଳି ବେହେରା ଆଜି ବିଜେପିରେ ସାମିଲ ହୋଇଛନ୍ତି । ଏଥି ସହିତ ୨ହଜାର ବିଜେଡି କର୍ମୀ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି । ସେହିପରି ପୁରୀ ଜିଲ୍ଲାର ପିପିଲି, ନିମାପଡା ସହିତ ଅନୁଗୁଳ ଜିଲ୍ଲାର ବହୁ ବିଜେଡି କର୍ମୀ ବିଜେପିରେ ସାମିଲ ହୋଇଛନ୍ତି । ଏହି ଅବସରରେ ସେମାନେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯଶୈଳୀରେ ଅନୁପ୍ରାଣିତ ହୋଇ ସେମାନେ ବିଜେଡି ଛାଡି ବିଜେପିରେ ଯୋଗ ଦେଇଛନ୍ତି । ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ବିଜେପିକୁ ଏହା ସୁହାଇବ ବୋଲି କୁହାଯାଉଛି ।

hiranchal ad1
Leave A Reply

Your email address will not be published.

sixteen − fifteen =