ନିହାରଙ୍କ ଜନ୍ମଦିନ ଅବସରରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର

0 117

ବଲାଙ୍ଗୀର: ବିଜେଡି ରାଜ୍ୟ ପରିଷଦ ସଭ୍ୟ ନିହାର ରଞ୍ଜନ ବେହେରାଙ୍କ ଜନ୍ମଦିନ ଅବସରରେ ଓଡିଶା ମୋ ପରିବାର ଆନୁକୂଲ୍ୟରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଲୋଇସିଂହା ଓ ପୁଇଁତଲା ବ୍ଳକ କୁଣ୍ଡାମାଳ ଠାରେ ଆୟୋଜିତ ହୋଇଥିଲା । ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏବଂ ମହିଳା ଶିଶୁ କଲ୍ୟାଣ ତଥା ମିଶନ ଶକ୍ତିମନ୍ତ୍ରୀ ଟୁକୁନୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଲୋଇସିଂହା ଅଗ୍ରସେନ ଭବନ ଠାରେ ୧୦୧ ୟୁନିଟ ଓ କୁଣ୍ଡାମାଳ ଠାରେ ୫୧ୟୁନିଟ ରକ୍ତ ସଂଗୃହୀତ ହୋଇଛି । ଏ ଅବସରରେ ଯୁବନେତା ନିହାର ଓ ତାଙ୍କ ଧର୍ମପତ୍ନୀ ମଧ୍ୟ ରକ୍ତଦାନ କରିଥିଲେ । ବିଜେଡି ଦଳର ବିଭିନ୍ନ କର୍ମକର୍ତ୍ତା ରକ୍ତଦାନ ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

hiranchal ad1
Leave A Reply

Your email address will not be published.

16 − sixteen =