ରାଜଧାନୀବାସୀଙ୍କ ବିଶ୍ୱାସ ଜିତିବା ପାଇଁ ବିଏମ୍‌ସିର ପଦକ୍ଷେପ

0 102

ଭୁବନେଶ୍ୱର : ରାଜ୍ୟରେ ଚତୁର୍ଥ ସଂକ୍ରମଣ କରୋନା ବ୍ୟକ୍ତି ଚିହ୍ନଟ ପରେ ରାଜ୍ୟର ପ୍ରାଣକେନ୍ଦ୍ର ରାଜଧାନୀବାସୀଙ୍କ ମନରେ ବିଶ୍ୱାସ ଜିଣିବା ପାଇଁ ବିଏମ୍‌ସି ପ୍ରୟାସ ଆରମ୍ଭ କରିଛି । ଗତକାଲି ରାଜଧାନୀର ମୁଖ୍ୟ ରାସ୍ତା ରାଜଭବନ ଅଞ୍ଚଳରେ ବିଏମ୍‌ସି ପକ୍ଷରୁ ବିଶୋଧନ ସଫେଇ କରାଯାଇଥିବା ବେଳେ ଆଜି ରବି ଟକିଜ୍ ଛକରୁ କଳ୍ପନା ଛକ ନିକଟସ୍ଥ ମ୍ୟୁଜିୟମ ସ୍କୋୟାର ପର୍ଯ୍ୟନ୍ତ ଜୋରଦାର ସଫେଇ ଆରମ୍ଭ ହୋଇଛି । ବ୍ଲିଚିଂ ଓ କୀଟନାଶକ ଦ୍ୱାରା ବିଏମ୍‌ସି ରାଜଧାନୀ ରାଜପଥଗୁଡ଼ିକ ପର୍ଯ୍ୟାୟକ୍ରମେ ସଫେଇ କରିବ ।

hiring

ଆଜି ପ୍ରବଳ ଗ୍ରୀଷ୍ମତାତି ସାଙ୍ଗକୁ ରାସ୍ତାଘାଟ ସଂପୂର୍ଣ୍ଣ ଲକ୍‌ଡାଉନ୍ ପ୍ରଭାବରେ ଶୂନଶାନ୍ ଥିବା ବେଳେ ବିଏମ୍‌ସିର ପଦକ୍ଷେପ ସ୍ୱରୂପ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଏହି ସଫେଇ କାର୍ଯ୍ୟ ଚାଲୁ ରଖିଛନ୍ତି । ଆସନ୍ତାକାଲି ମଧ୍ୟ ବିଏମ୍‌ସି ପକ୍ଷରୁ ସଫେଇ କାର୍ଯ୍ୟ ଜାରି ରହିବ ବୋଲି ସୂଚନା ମିଳିଥିବା ବେଳେ ଡେପୁଟି ଫାୟାର ଅଫିସର ରମେଶ ଚନ୍ଦ୍ର ମାଝୀ କହିଛନ୍ତି ସୋଡ଼ିୟମ ହାଇବୋକ୍ଲୋରାଇଟ୍ ମିଶ୍ରିତ ଜଳରେ ବିଶୋଧନ କରାଯିବ । ଅଗ୍ନିଶମ ବାହିନୀର ଏହି କାର୍ଯ୍ୟକକୁ ରାଜଧାନୀବାସୀ ବେଶ୍ ପସନ୍ଦ କରିଛନ୍ତି ।

hiranchal ad1
Leave A Reply

Your email address will not be published.

5 × 4 =