ବୌଦ୍ଧ: କଣ୍ଟାକ୍ଟ ଟ୍ରେସିଂ ତାଲିକା ମଧ୍ୟରୁ ପୁଣି ୧୦ ପଜିଟିଭ ଚିହ୍ନଟ

0 2,964

ବୌଦ୍ଧ,୧୧/୮ : ଆଜି ନୂତନ ଭାବରେ ପୁଣି ୧୦ ଜଣ କରୋନା ପଜିଟିଭ ଜିଲ୍ଲାରେ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏ ସମସ୍ତ ପଜିଟିଭ ବୌଦ୍ଧ ବ୍ଲକ୍‌ ଲକ୍ଷ୍ମୀପ୍ରସାଦ ଗ୍ରାମ ପଂଚାୟତ ଅନ୍ତର୍ଗତ ନାରାୟଣ ନଗର ଗ୍ରାମରୁ ଚିହ୍ନଟ ହୋଇଥିବା ଜଣାପଡିଛି । ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସୋନପୁର ଜିଲ୍ଲା ପଟାଭାଡି ଅଂଚଳରୁ ଆସି ନାରାୟଣ ନଗର ଗ୍ରାମରେ କିଛି ଦିନ ରହିଥିବା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ନମୁନା ନେଇ ଗତ ୯ ତାରିଖ ଦିନ ରାପିଡ୍‌ ଆଣ୍ଟିଜେନ୍‌ ଟେଷ୍ଟ କରାଯାଇଥିଲା ଓ ସେଥିରୁ ଏ ୧୦ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ । ଆଜି ରାଜ୍ୟସ୍ତରରେ ଏହାକୁ ଔପଚାରିକ ଭାବେ ଘୋଷଣା କରିଛନ୍ତି ବୋଲି ଡାକ୍ତର ପ୍ରଧାନ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

six + 17 =