ଶାଶୁ ସଂକ୍ରମିତ ହେଲେ ବୋହୁଙ୍କୁ ନେଲେ କୋଭିଡ୍‌ ହସ୍ପିଟାଲ

0 302

ସୋନପୁର : ଗତକାଲି ସୋନପୁର ସଦର ପଟାଭାଡି ୱାର୍ଡ ନଂ ୧୦ ର ଗୋଟିଏ ପରିବାରର ମାଁ ଓ ପୁଅ ସଂକ୍ରମିତ ଜଣାପଡିବାପରେ ଦାୟିତ୍ୱରେ ଥିବା ଜିଲ୍ଲା ସ୍ୱାସ୍ଥ୍ୟବିଭାଗର କର୍ମଚାରୀ ଉକ୍ତ ପରିବାରର ମାଁଙ୍କୁ ଛାଡି ପୁଅ ଓ ବୋହୁଙ୍କୁ ଜୋର କରି କୋଭିଡ୍‌ ହସ୍ପିଟାଲକୁ ନେଇଯାଇଥିଲେ । ସ୍ୱାସ୍ଥ୍ୟ ବିଭାଗର ଏତାଦୃଶ ଅପରିଣାମଦର୍ଶୀ କାମକୁ ଜିଲ୍ଲାର ବୁଦ୍ଧିଜୀବୀ ନାପସନ୍ଦ କରିଥିବାବେଳେ ସଂକ୍ରମିତ ଯୁବକ ଜଣକ ହସ୍ପିଟାଲରୁ ଏକ ଭିଡ଼ିଓ ବାର୍ତ୍ତା ସାମାଜିକ ଗଣମାଧ୍ୟମରେ ଛାଡି ଘରେ ବୃଦ୍ଧ ପିତା ଓ ତାଙ୍କର ଆଈମା ଏକୁଟିଆ ରହିଯାଇ ଅସୁବିଧା ଭୋଗୁଛନ୍ତି,ଏଣୁ ନେଗେଟିଭ ଥିବା ତାଙ୍କର ସ୍ତ୍ରୀଙ୍କୁ ଛାଡ଼ି ଦେବାପାଇଁ ପ୍ରଶାସନ ପାଖରେ କାକୁତିମିନତି ହେବା ଭିଡ଼ିଓ ଭାଇରାଲ ହେବାର କିଛି ସମୟ ପରେ ପୁଣି ସ୍ୱାସ୍ଥ୍ୟ ବିଭାଗ ର କିଛି କର୍ମଚାରୀ ଯାଇ ପଜିଟିଭ ଥିବା ଶାଶୁଙ୍କୁ ଆଣିବା ପାଇଁ ଯାଇଥିଲେ ସେ ସମୟରେ ପଟାଭାଡି ଅଂଚଳର ଉକ୍ତ ପଡ଼ାରେ ଲୋକଙ୍କ ଦ୍ୱାରା ତିବ୍ର ଉତ୍ତେଜନା ପ୍ରକାଶ ପାଇଥିଲା ହେଲେ ପରେ ପୁଣି ବହୁ ବୁଝାସୁଝା ପରେ ପରିସ୍ଥିତି ସ୍ୱାଭାବିକ ରହିଥିଲା । କରୋନା ଭଳି ଏକ ସ୍ପର୍ଶକାତର ବିଷୟରେ ଏତେଟା ଖାମଖିଆଲି ଭାବକୁ ସର୍ବସାଧାରଣରେ ନିନ୍ଦା କରିଯାଇଥିବା ବେଳେ ଏ ସଂପର୍କରେ ଜିଲ୍ଲା କୋଭିଡ୍‌ ନୋଡ଼ାଲ ଅଫିସର ଡ଼.ନବକିଶୋର ବେହେରା ଏଇଟା ସ୍ଥାନୀୟ ଅଙ୍ଗନବାଡି କର୍ମୀଙ୍କ ଭୁଲ ବୁଝାମଣା ଯୋଗୁଁ ଏପରି ହୋଇଥିବା କହିଥିଲେ ।

hiranchal ad1
Leave A Reply

Your email address will not be published.

17 − thirteen =