ପ୍ରଭାସଙ୍କ ଫୋନ୍‌ ଚେକ୍‌ କରନ୍ତି ଅନୁଷ୍କା

0 208

ସୁପରହିଟ୍‌ ଫିଲ୍ମ “ବାହୁବଲୀ’ରେ ପ୍ରଭାସ ଓ ଅନୁଷ୍କାଙ୍କ ଯୋଡିକୁ ଦର୍ଶକ ଭରପୁର ସମର୍ଥନ ଦେଇଛନ୍ତି । ଖାଲି ରିଲ୍‌ ନୁହେଁ ରିଅଲ ଲାଇଫରେ ମଧ୍ୟ ଉଭୟଙ୍କ ଯୋଡି ବେସ୍‌ ସୁନ୍ଦର । ହେଲେ ଏ କଥା ଦୁହେଁ ମୁହଁ ଖୋଲି କୋଉଠି କୁହନ୍ତି ନାହିଁ । ନିଜ ପ୍ରେମ ସଂପର୍କକୁ ନେଇ ଚର୍ଚ୍ଚାରେ ରହିିଥିବା ଏହି ଯୋଡିଙ୍କ ସଂପର୍କରେ କିନ୍ତୁ ଟୁପୁରଟାପୁର ସବୁବେଳେ ଲାଗି ରହିଛି । ଏଇ ଯେମିତି ଏବେ ଶୁଣିବାକୁ ମିଳୁଛି ଯେ, ଅନୁଷ୍କା କୁଆଡେ ଲୁଚିଲୁଚି ପ୍ରଭାସଙ୍କ ଫୋନ୍‌ ଚେକ୍‌ କରନ୍ତି । କଥାଟା ମିଛ ନୁହେଁ କିନ୍ତୁ ପ୍ରର୍ସନାଲ ନିଶ୍ଚତ । ଏ କଥା ଶୁଣି ସ୍ପଷ୍ଟ ଭାବେ ଜଣା ପଡୁଛି ଅନୁଷ୍କା ପ୍ରଭାସଙ୍କ ପ୍ରତି କେତେ ପଜେସିଭ୍‌ । ନ ହେଲେ କ’ଣ ଜଣେ ସାଧାରଣ ପ୍ରେମିକା ପରି ସେ ବ୍ୟବହାର କରନ୍ତେ । ପ୍ରଭାସଙ୍କୁ ନେଇ ଖୁବ୍‌ ଚିନ୍ତାରେ ରହୁଥିବା ଅନୁଷ୍କା ଖାଲି ଫୋନ୍‌ କଲ ଚେକ୍‌ କରନ୍ତି ନା ନୁହେଁ ପ୍ରଭାସଙ୍କ ପ୍ରତି ଗତିବିଧି ଉପରେ ବି ତାଙ୍କ ପାଖରେ ସବୁ ଖବର । ସବୁବେଳେ ପ୍ରଭାସଙ୍କୁ ଅନୁଷ୍କା ନିଜର ଜଣେ ବନ୍ଧୁ ବୋଲି କୁହନ୍ତି । କେଉଁ ଫିଲ୍ମରେ ଅଭିନୟ କରିବେ କେଉଁ ଫିଲ୍ମରେ ନାହିଁ, ଏ ସଂପର୍କରେ ପ୍ରଭାସଙ୍କଠାରୁ ସାହାଯ୍ୟ ନେଇଥାନ୍ତି । ପ୍ରଭାସ ମଧ୍ୟ ତାଙ୍କର ଖୁବ୍‌ ଯତ୍ନ ନିଅନ୍ତି । ଏ କଥା ତ ଯେ, ଦୁହିଁଙ୍କ ମନରେ କିଛି ନା କିଛି ଅଛି ହେଲେ ମୁହଁଖୋଲି କହିବା ଯାହା ବାକି ।

hiranchal ad1
Leave A Reply

Your email address will not be published.

4 × one =