କଟକଣା ମଧ୍ୟରେ ଭକ୍ତି ଓ ନିଷ୍ଠାର ସହ ଜନ୍ମାଷ୍ଟମୀ ବ୍ରତ ପାଳିତ

0 559

ବୌଦ୍ଧ,୧୧/୮ – କରୋନା ମହାମାରୀ ଯୋଗୁଁ ଅନେକ ପର୍ବପର୍ବାଣୀ ଓ ଓଷା ବ୍ରତ ପାଳନ ଗତ ୫ ମାସ ଧରି ପ୍ରଭାବିତ ହେଉଛି । ଆଜି ପବିତ୍ର ଜନ୍ମାଷ୍ଟମୀ ବ୍ରତ । ବୌଦ୍ଧ ଜିଲ୍ଲାରେ ଲକ୍‌ ଡାଉନ ଓ ସଟ୍‌ ଡାଉନରେ ଗତକାଲି ଠାରୁ ସକାଳ ୭ ଘଣ୍ଟା ଠାରୁ ଅପରାହ୍ନ ୨ଟା ଯାଏଁ ଟିକିଏ କୋହଳ ହୋଇଥିଲେ ମଧ୍ୟ କଟକଣା ସମ୍ପୁର୍ଣ୍ଣ ହଟି ନାହିଁ । କଟକଣାକୁ ଦେଖି ବ୍ରତୀମାନେ ନିରାଡମ୍ବର ଭାବରେ କୋଭିଡ୍‌ ଆଇନକୁ ସମ୍ମାନ ଦେଇ ଜନ୍ମାଷ୍ଟମୀ ପାଳନ କରିବା ପାଇଁ ଗତକାଲି ଠାରୁ (ପ୍ରାରମ୍ଭିକ ପୂଜା) ଆରମ୍ଭ କରିଛନ୍ତି । ବୌଦ୍ଧ ସହର ବିରାଜିତ ଶ୍ରୀ ଶ୍ରୀ ମଦନ ମୋହନ ମନ୍ଦିର, ଶ୍ରୀ ଜଗନ୍ନାଥ ମନ୍ଦିର, ବୁଟୁପାଲିର ରାଧାକ୍ରିଷ୍ଣ ମନ୍ଦିର, ହରଭଙ୍ଗା ଶ୍ରୀ ଜଗନ୍ନାଥ ମନ୍ଦିର, ମନମୁଣ୍ଡା ଶ୍ରୀ ଦଧିବାମନ ମନ୍ଦିର, ଆମ୍ବଗହଣା ଶ୍ରୀ ଦଧିବାମନ ମନ୍ଦିର ଆଦି ମନ୍ଦିର ସହିତ ଜିଲ୍ଲାର ସମସ୍ତ ବୈଷ୍ଣବୀୟ ମନ୍ଦିରରେ ବିଧି ରକ୍ଷା ପାଇଁ ଭକ୍ତଙ୍କ ବିନା ଗହଳିରେ ଆଜି ସକାଳୁ ଜନ୍ମାଷ୍ଟମୀର ପୂଜାଅର୍ଚ୍ଚନା ଆରମ୍ଭ ହୋଇଯାଇଛି । ସେହିପରି ବ୍ରତୀମାନେ ନିଜ ନିଜ ସାହି, ପଡା ଓ ଗାଆଁ ମାନଙ୍କରେ ଥିବା ପାରମ୍ପରିକ କୁଠି ମାନଙ୍କରେ ବ୍ରତ ଆରମ୍ଭ କରିଛନ୍ତି । ଆସନ୍ତାକାଲି ନନ୍ଦଉତ୍ସବ ମଧ୍ୟ କୋଭିଡ୍‌ କଟକଣା ପାଇଁ ବିଧି ରକ୍ଷା ପାଇଁ ପାଳନ କରାଯିବ ବୋଲି ଜଣାପଡିଛି ।

hiranchal ad1
Leave A Reply

Your email address will not be published.

twenty + 19 =