ହରଭଙ୍ଗାରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା ଦାବି

0 532

ବୌଦ୍ଧ,୧୦/୮ – ବୌଦ୍ଧ ଗଡଜାତ ଅମଳରୁ ହରଭଙ୍ଗା ବିଶେଷ ମହତ୍ୱ ରଖିଆସିଛି । ବୌଦ୍ଧ ଗଡଜାତର ଏକ ପ୍ରମୁଖ ବ୍ୟବସାୟୀକ ଓ ସାଂସ୍କୃତିକ ପ୍ରାଣ କେନ୍ଦ୍ର ଥିଲା । ରାଜା ନାରାୟଣ ପ୍ରସାଦ ଦେବଙ୍କ ଶାସନ କାଳରେ ହରଭଙ୍ଗାରେ ପୋଲିସ ଥାନା, ପ୍ରାଥମିକ ବିଦ୍ୟାଳୟ ଓ ଡାକ୍ତରଖାନା ଆଦି ପ୍ରତିଷ୍ଠା କରାଯାଇଥିଲା । ସ୍ୱାଧୀନତା ପ୍ରାପ୍ତି ପରେ ହରଭଙ୍ଗା ନାମ ଥାଇ ବ୍ଲକ, ତହସିଲ୍‌ ସବୁ ପ୍ରତିଷ୍ଠା ହୋଇଥିଲେ ମଧ୍ୟ ହେଡ କ୍ୱାଟର୍‌ ରହିଲା ଚାରିଛକରେ । ଖାଲି କାଗଜ ପତ୍ରରେ ରହିଗଲା ହରଭଙ୍ଗାର ନାମ ।
ରାଜାଙ୍କ ଦ୍ୱାରା ରାଣୀ ସୌଦାମିନୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଅଛି କିନ୍ତୁ ରୋଗୀ ରହିବା ପାଇଁ ବେଡ ନାହିଁ । ଡାକ୍ତର ନିଯୁକ୍ତ ହୁଅନ୍ତି କିନ୍ତୁ ଅନେକ ସମୟ ରହନ୍ତି ନାହିଁ । ଲୋକେ ୨୫ /୩୦ କିଲୋମିଟର ଦୂର ପୁରୁଣାକଟକ ଉପରେ ଚିକିତ୍ସା ପାଇଁ ନିର୍ଭର କରିଥାଆନ୍ତି । ସେଥିପାଇଁ ଆଜି ସ୍ଥାନୀୟ ୬ ଗୋଟି ଗ୍ରାମ ପଂଚାୟତର ଜନ ପ୍ରତିନିଧି ଏକାଠି ହୋଇ ହରଭଙ୍ଗାରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରିଣତ କରିବା ପାଇଁ ଅଣ୍ଟା ଭିଡି ବାହାରିଛନ୍ତି । ଏ ସମ୍ପର୍କିତ ଏକ ଦାବିପତ୍ର ବୌଦ୍ଧ ଜିଲ୍ଲାପାଳ ଓ ସିଡିଏମଓଙ୍କୁ ପ୍ରଦାନ କରିଥିବା ଜଣାପଡିଛି । ହରଭଙ୍ଗାରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା ହେଲେ ସ୍ଥାନୀୟ ହରଭଙ୍ଗା, ସଙ୍କୁଲେଇ, କୁଶଙ୍ଗ, ଛତ୍ରଙ୍ଗ, ମହାଲିକପଡା ଆଦି ଗ୍ରାମ ପଂଚାୟତର ଲୋକମାନେ ବିଶେଷ ଭାବରେ ଉପକୃତ ହେବେ ।

hiranchal ad1
Leave A Reply

Your email address will not be published.

three × 1 =