ଆଜି ବୌଦ୍ଧଜିଲ୍ଲାରେ ୫୩, କେବଳ ନାରାୟଣ ନଗର ଗ୍ରାମରୁ ୪୭ କରୋନା ପଜିଟିଭ ଚିହ୍ନଟ

0 2,975

ବୌଦ୍ଧ,୧୮/୮ – ଆଜି ଜିଲ୍ଲାରେ ୫୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜିର ପଜିଟିଭକୁ ମିଶାଇ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ୪୮୨ରେ ପହଞ୍ଚିଲା । ଆଜି ମଧ୍ୟ ନାରାୟଣନଗର ବାଦ୍‌ ପଡିନାହିଁ ଓ ଉକ୍ତ ଗ୍ରାମରୁ ୪୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଜିଲ୍ଲାର ଅନ୍ୟାନ୍ୟ ଅଂଚଳରୁ ଅବଶିଷ୍ଟ ୬ ଜଣ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନ ସଦର ମହକୁମା ବାହାରେ ଏକ ବୈଠକରେ ଥିବାରୁ ଅବଶିଷ୍ଟ ୬ ଜଣ କେଉଁ ଅଂଚଳର ସେ ସମ୍ପର୍କରେ ସବିଶେଷ ବିବରଣୀ ମିଳିପାରିନାହିଁ । ନାରାୟଣ ନଗର ଗ୍ରାମରେ ଗତକାଲି ସୁଦ୍ଧା ୨୧୬ ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ଆଜି ଗ୍ରାମରୁ ପୁଣି ୪୭ କରୋନା ପଜିଟିଭ ଚିହ୍ନଟ ହେବା ପ୍ରଶାସନର ମୁଣ୍ଡବିନ୍ଧାର କାରଣ ସାଜିଛି । ଅପରପକ୍ଷରେ ଲୋକେ କୌଣସି କଟକଣାକୁ ମାନିବାକୁ ନାରାଜ ହେଉଥିବା ହେତୁ ଚିନ୍ତା ଦ୍ୱିଗୁଣିତ ହୋଇଛି । ଏ ଗ୍ରାମ ପାଇଁ ପ୍ରଶାସନ ଲୋକଙ୍କ ସହ ଆଲୋଚନା କରି କୌଣସି ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ ନକଲେ ଆଗକୁ କରୋନା ଜିଲ୍ଲାରେ ଭୟଙ୍କର ପରିସ୍ଥିତି ଯେ ସୃଷ୍ଟି ନକରିବ କହି ହେବନାହିଁ ।

hiranchal ad1
Leave A Reply

Your email address will not be published.

thirteen − nine =