୧୨୯ କୋଟି ଟଙ୍କାର ଜିଏସଟି ଠକ ସମ୍ବଲପୁରରୁ ଗିରଫ

0 480

ସମ୍ବଲପୁର : ଜାଲ ୱେବିଲ ଜରିଆରେ ୧୨୯ କୋଟି ଟଙ୍କାର ଠକେଇ ମାମଲାର ଅଭିଯୁକ୍ତ କଶ୍ମୀରା କୁମାର ଅଗ୍ରୱାଲଙ୍କୁ ଗତକାଲି ସମ୍ବଲପୁରରେ ଗିରଫ କରାଯାଇଛି । ଏଠାରେ ଗିରଫ କଲାପରେ ତାକୁ ରାଉରକେଲା ଏସଡିଜେଏମ କୋର୍ଟ ରେ ପ୍ରସ୍ତୁତ କରାଯାଇଥିଲା ଓ ତାହାର ଜାମିନ ଆବେଦନ ଖାରଜ ହୋଇଯିବାରୁ ତାକୁ ସେଠାକାର ଜେଲକୁ ପଠାଯାଇଛି ।ଏହି ଗିରଫଦାରୀକୁ ଏଡ଼ାଇବା ପାଇଁ ସେ ଗତ ୯ ମାସ ହେଲା ରାଉରକେଲା, ଟାଟା ଓ ହରିୟାଣାରେ ଲୁଚି ବୁଲୁଥିଲା ଓ ତାର ସନ୍ଧାନରେ ରାଜ୍ୟ ବିକ୍ରିକର ବିଭାଗର ଅଧିକାରୀମାନେ ନାକେଦମ ହୋଇ ଯାଇଥିଲେ । ତାକୁ ଗତକାଲି ସମ୍ବଲପୁରରେ ଠାବକଲା ପରେ ରାଜ୍ୟ ଜିଏସଟି ଆୟୁକ୍ତ ସୁଶିଲ ଲୋହାନୀଙ୍କ ନିର୍ଦ୍ଦେଶକ୍ରମେ ଗିରଫ କରାଯାଇଛି । ଏ ବିଷୟରେ ପ୍ରାପ୍ତଖବର ଅନୁସାରେ ରାଉରକେଲା ସେକ୍ଟର ୭ ନିବାସୀ କଶ୍ମୀରା କୁମାର ସେଠାରେ ମଧୁମୀତା ଷ୍ଟିଲ ଷ୍ଟିଲ ଇଣ୍ଡଷ୍ଟିଜ ପ୍ରାଇଭେଟ୍ ଲିମିଟେଡ ନାମରେ ଏକ ବ୍ୟବସାୟିକ ପ୍ରତିଷ୍ଠାନ ଖୋଲିଥିଲା । ନିର୍ଦ୍ଦେଶକ ଭାବରେ ସେ ଏହାର ପରିଚାଳନା କରୁଥିଲା ଓ ଏହାର କାରଖାନା ଓ କାର୍ଯ୍ୟାଳୟ ଖୋଲିଥିଲା ବୋଲି କାଗଜପତ୍ରରେ ଦର୍ଶାଇଥିଲା, ଯଦିଓ ସେଠାରେ ଏପରି କିଛି ନଥିଲା । ଏପରି ଭାବରେ ବିପୁଳ ଠକେଇ କଲା ପରେ ରାଜ୍ୟ ବିକ୍ରିକର ଏବିଷୟରେ ଖୋଲତାଡ କରି ଗତବର୍ଷ ଅକ୍ଟୋବର ୨୫ ରେ ସେ, ତାର ସହଯୋଗୀ ଅତୁଲ ବଂଶଲ ଓ ଅନ୍ୟମାନଙ୍କୁ ଗିରଫ କରାଯାଇଥିଲା । ପରେ କିନ୍ତୁ କଶ୍ମୀରା ପ୍ରାୟ ଆତ୍ମଗୋପନ କରୁଥିଲା ଓ ଗତକାଲି ଏଠାରେ ଧରାପଡ଼ିବା ।

hiranchal ad1
Leave A Reply

Your email address will not be published.

15 − 14 =