ବୌଦ୍ଧ ସହରରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ

0 518

ବୌଦ୍ଧ,୩୧/୧୦ – କୋଭିଡ କଟକଣାରେ ବୌଦ୍ଧ ସହରରେ ୩ ଗୋଟି ସ୍ଥାନରେ କୁମାର ପୁର୍ଣ୍ଣିମା ଅବସରରେ ପବିତ୍ର ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧ ସହର ଏନ.ଏ. ସି. ଛକସ୍ଥିତ ଲକ୍ଷ୍ମୀ ବଜାର ତରଫରୁ ଆୟୋଜିତ ଗଜଲକ୍ଷ୍ମୀ ପୂଜାରେ କର୍ତ୍ତା ଭାବରେ ପ୍ରମୋଦ ପରିଡା ବସିଥିବା ବେଳେ ପୂଜକ ମାନସ ମିଶ୍ର ପୂଜାକାର୍ଯ୍ୟ ପରିଚାଳନା କରୁଛନ୍ତି ।

hiring

ସେହିପରି ବୌଦ୍ଧ ସହର ବୁଟୁପାଲି ଓ ବାପୁଜୀ ନଗର ଗଜଲକ୍ଷ୍ମୀ ପୂଜା କମିଟି ତରଫରୁ ମଧ୍ୟ ମା ଗଜଲକ୍ଷ୍ମୀ ଦେବୀଙ୍କ ମୃଣ୍ମୟୀ ମୁର୍ତ୍ତି ପ୍ରତିଷ୍ଠା କରାଯାଇ ଭକ୍ତି ଓ ନିଷ୍ଠାର ସହ ପୂଜା କରାଯାଇଛି । କୋଭିଡ ନିୟମ ଆଧାରରେ ବିନା ଭକ୍ତ ଓ ଦର୍ଶନାର୍ଥୀରେ ଚଳିତ ବର୍ଷ ସବୁ ପୂଜା ମଣ୍ଡପରେ ପୂଜାର୍ଚ୍ଚନା ଚାଲିଥିବା ଦେଖିବାକୁ ମିଳୁଛି ।

hiranchal ad1
Leave A Reply

Your email address will not be published.

two + two =