ପାରଳାଖେମୁଣ୍ଡି ଗୌରୀ ଆମ୍ମା ପୂଜା ଆରମ୍ଭ

0 160

ପାରଳାଖେମୁଣ୍ଡି,୩୧/୧୦- ଗଜପତି ଜିଲ୍ଲାରେ ପୁରପଲ୍ଲୀରେ ଗୌରୀ ଆମ୍ମା ପୂଜା ସକାଶେ ସହରର ମୂର୍ତ୍ତି କାରିଗରମାନେ ମୂର୍ତ୍ତିନିର୍ମାଣ ଚାଲିଥିବାର ଦେଖିବାକୁ ମିଳିଛି । ସହରର କଟିକିଆ ସାହି ଚିତ୍ରକାର ସାହିର ମୂର୍ତ୍ତି କାରିଗରମାନେ ମୂର୍ତ୍ତି ନିର୍ମାଣ କରିଥାନ୍ତି । ଜିଲ୍ଲାର ପୁରପଲ୍ଲୀରେ କୁମାରପୂର୍ଣ୍ଣିମା ଦିନ ଠାରୁ ହର ପାର୍ବତୀ ବୃଷଭ ପିଠିରେ ବସି ପୂଜା ପାଇଥାନ୍ତି । ଏହା ଗୋଟିଏ କୃଷି ଭିତ୍ତିକ ପର୍ବ ହୋଇ ଥିବାରୁ ଗଜପତିର ପୁରପଲ୍ଲୀରେ ବହୁ ଆଡମ୍ବର ସହିତ ପାଳିତ ହୋଇଥାଏ ଗ୍ରାମ ଗୁଡ଼ିକରେ ଏହି ହର ପାର୍ବତୀ ମୂର୍ତ୍ତିଙ୍କୁ ବାଦ୍ୟ ବଜଣାରେ ଗ୍ରାମ ପରିକ୍ରମା କରିଥାନ୍ତି । ମାନସିକ ଧାରୀ ଠାକୁରଙ୍କୁ ଧରିବା ପାଇଁ ନିର୍ଜଳ ଉପବାସ କରିଥାନ୍ତି । ନିଜର ମାନସିକ ପୂରଣ ହେବା ସକାଶେ ଏବଂ ଗ୍ରାମବାସୀ ମାନେ ବିଭିନ୍ନ ବେଶଭୂଷାରେ ସଜ୍ଜିତହୋଇ ନାଚଗୀତ ଦ୍ୱାରା ଠାକୁରଙ୍କ ସହ ଗ୍ରାମ ପରିକ୍ରମା କରିଥାନ୍ତି । ମଝିରେ ମଝିରେ ଖଣ୍ଡା ଧରି ଦୁର୍ଗାସ୍ତୁତି ଗାନ କରି ମାଆଙ୍କୁ ଆବାହନ କରିଥାନ୍ତି । ଏହିଭଳି ପର୍ବ ହର ପାର୍ବତୀଙ୍କୁ ପଡୋଶୀ ଜିଲ୍ଲାରେ ମଧ୍ୟ ବହୁ ଆଡମ୍ବର ସହ ପାଳନ ହୁଏ । ଗଜପତି ଜିଲ୍ଲା ଏକ ଉପାନ୍ତ ଅଞ୍ଚଳ ହୋଇଥିଲେ ମଧ୍ୟ ପଡୋଶୀ ଜିଲ୍ଲାର ପର୍ବପର୍ବାଣି ଏହି ଜିଲ୍ଲାରେ ଜାରି ରହିଛି । ଏହି କୃଷିଭିତ୍ତିକ ପର୍ବରେ ଧାନ ଫସଲ ଭଲ ହେବା ସକାଶେ ଠାକୁରଙ୍କ ସହିତ ଧାନ ଗଛ ଧରି ଠାକୁରଙ୍କ ସହ ପରିକ୍ରମା କରିଥାନ୍ତି ।

hiranchal ad1
Leave A Reply

Your email address will not be published.

14 − 4 =