ବୌଦ୍ଧ ବ୍ରିଜ ଛକ ଠାରେ ପାନୀୟ ଜଳ ବ୍ୟବସ୍ଥା ପାଇଁ ଦାବି

0 187

ବୌଦ୍ଧ,୨୦/୧୦- ବୌଦ୍ଧସହରର ମହାନଦୀ ବ୍ରିଜ ଛକ ବଲାଙ୍ଗୀର, ସମ୍ବଲପୁର ଏବଂ ଅନୁଗୁଳ ଏବଂ ରେଢାଖୋଲ ରେଲୱେ ଷ୍ଟେସନକୁ ସଂଯୋଗ କରୁଥିବା ଏକ ପ୍ରମୁଖ ଛକ ହୋଇଥିବାରୁ ଏଠାରେ ବ୍ୟାପକ ଯାନବାହନ ଅଟକି ରହୁଥିବାବେଳେ ପ୍ରବଳ ଯାତ୍ରୀ ସମାଗମ ହୋଇଥାଏ । କିନ୍ତୁ ଏଠାରେ କୌଣସି ପାନୀୟ ଜଳର ବ୍ୟବସ୍ଥା ନଥିବାରୁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦିନକୁ ଦିନ ଏଠାରେ ବହୁସଂଖ୍ୟାରେ ଦୋକାନ ବଜାର ଗଢି ଉଠିଥିବାବେଳେ ଜନଗହଳି ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ପୂର୍ବରୁ ଏଠାରେ ୨ଟି ନଳକୂପ ରହିଥିଲା କିନ୍ତୁ ରାସ୍ତା ପ୍ରଶସ୍ତିକରଣ କରାଯିବାବେଳେ ଉକ୍ତ ନଳକୂଅକୁ ପୋତି ଦିଆଯାଇଥିଲା । ଏହାପରେ ଏଠାରେ କୌଣସି ନଳକୂପ କିମ୍ବା ଷ୍ଟାଣ୍ଡପୋଷ୍ଟ ବ୍ୟବସ୍ଥା କରାଯାଇନାହିଁ । ଫଳରେ ଗତ ୨ବର୍ଷ ହେଲା ଏଠାରେ ପାନୀୟଜଳ ବ୍ୟବସ୍ଥା ନଥିବାରୁ ବସ୍‌କୁ ଅପେକ୍ଷା କରୁଥିବା ଯାତ୍ରୀ ଓ ଦୋକାନୀମାନଙ୍କୁ ପାନୀୟଜଳ ପାଇଁ କୌଣସି ଅଫିସ କିମ୍ବା ଦୂରସ୍ଥାନକୁ ଯିବାକୁ ପଡୁଛି । ତେଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ପାନୀୟଜଳ ବ୍ୟବସ୍ଥା କଲେ ସମସ୍ତେ ଉପକୃତ ହୋଇପାରିବେ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି ।

hiranchal ad1
Leave A Reply

Your email address will not be published.

16 − three =