ବୌଦ୍ଧ: କୋଭିଡ ହସପିଟାଲରେ ଆଉ ଜଣଙ୍କ ମୃତ୍ୟୁ

0 1,073

ବୌଦ୍ଧ,୨୯/୯ – ବୌଦ୍ଧ କୋଭିଡ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଉଜଣଙ୍କ ଜୀବନ ଯାଇଥିବା ଜଣାପଡିଛି । ମୃତକ ଜଣକ ବୌଦ୍ଧ ବ୍ଲକ୍‌ ବଘିଆପଡା ଗ୍ରାମ ପଂଚାୟତ ଅଂଚଳର ଓ ତାଙ୍କର ବୟସ ୬୫ ବର୍ଷ ବୋଲି
ଜଣାପଡିଛି । ସେ କରୋନା ପଜିଟିଭ ଚିହ୍ନଟ ହୋଇ ବୌଦ୍ଧ କୋଭିଡ ହସପିଟାଲରେ ଚିକିତ୍ସାଧୀନ ଥିବାବେଳେ ରବିବାର ରାତିରେ ମୃତ୍ୟୁବରଣ କରିଥିଲେ । ସୋମବାର ଅପରାହ୍ନରେ ବୁଟୁପାଲିସ୍ଥିତ ଗଙ୍ଗାଧର ମେହେର ସ୍ୱେଚ୍ଛାସେବୀ ସମିତିର ସଦସ୍ୟମାନଙ୍କ ସହଯୋଗରେ ପ୍ରଶାସନ ପକ୍ଷରୁ ଶବଦାହ କରଯାଇଥିଲା । ମୃତକଙ୍କ ପରିବାରକୁ ଶବ ହସ୍ତାନ୍ତର ହୋଇନଥିଲେ ମଧ୍ୟ ମୃତକଙ୍କ ପୁତ୍ର ମୁଖାଗ୍ନି ଦେଇଥିଲେ । ସେହିପରି ବୌଦ୍ଧ କୋଭିଡ ହସପିଟାଲରୁ ଭୁବନେଶ୍ୱର ସମ କୋଭିଡ୍‌ ହସପିଟାଲକୁ ରେଫର ହୋଇ ସେଠାରେ ଚିକିତ୍ସାଧୀନ ଥିବା ଜଣେ ୩୫ ବର୍ଷିୟ ଯୁବକଙ୍କ ମଧ୍ୟ ମୃତ୍ୟୁ ହୋଇଥିବା ଜଣାପଡିଛି । ସେ ବୌଦ୍ଧ ବିଚାର ବିଭାଗୀୟ ଅଦାଲତର ଜଣେ କର୍ମଚାରୀ ଓ ତାଙ୍କ ଘର ବଲାଙ୍ଗୀରରେ ବୋଲି ସୂଚନା ମିଳିଛି ।

hiranchal ad1
Leave A Reply

Your email address will not be published.

four + seven =