ଆଜି ଅପରାହ୍ନରୁ ହରଭଙ୍ଗା ହେବ ସଟ୍‌ ଡାଉନ୍‌

0 1,187

ବୌଦ୍ଧ/ହରଭଙ୍ଗା,୨୯/୯ – ଗତକାଲି ହରଭଙ୍ଗା ଗ୍ରାମରୁ ୫ କରୋନା ପଜିଟିଭ ଚିହ୍ନଟ ହେବା ପରେ ହରଭଙ୍ଗା ଗ୍ରାମକୁ ସରପଞ୍ଚ ସୁମନଜୀ ଲାଲ୍‌ ଆଜି ଅପରାହ୍ନରୁ ହରଭଙ୍ଗାକୁ ସଟ୍‌ ଡାଉନ୍‌ ଘୋଷଣା କରିବାକୁ ନୋଟିସ ଜାରି କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାହ୍ନ ୨ ଘଣ୍ଟା ଠାରୁ ତା ୧. ୧୦. ୨୦୨୦ ସନ୍ଧ୍ୟା ୭ ଘଣ୍ଟା ପର୍ଯ୍ୟନ୍ତ ହରଭଙ୍ଗା ଗ୍ରାମରେ ଥିବା ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନ, ଦୋକାନ ବଜାର ଓ ବ୍ୟବସାୟିକ ପ୍ରତିଷ୍ଠାନ ସମ୍ପୁର୍ଣ୍ଣ ବନ୍ଦ ରହିବ । ସ୍ଥାନୀୟ ସଂକ୍ରମଣକୁ ରୋକିବା ପାଇଁ ଏ ସମୟ ମଧ୍ୟରେ ଅତି ଆବଶ୍ୟକ ନ ହେଲେ କେହି ଘରୁ ବାହାରକୁ ନ ବାହାରିବା ପାଇଁ ସରପଞ୍ଚ ଅନୁରୋଧ କରିଛନ୍ତି । ସ୍ୱାସ୍ଥ୍ୟ ସେବା, କୃଷି କାର୍ଯ୍ୟ ଓ ଜରୁରୀକାଳୀନ ସେବାକୁ କଟକଣାରୁ ବାଦ ଦିଆଯାଇଛି ।

hiranchal ad1
Leave A Reply

Your email address will not be published.

sixteen − one =