ସଙ୍କୀର୍ଣ୍ଣ ପୋଲରୁ ଖସିପଡିଲା ଟ୍ରକ, ଚାଳକ ମୃତ

0 178

ସମ୍ବଲପୁର,୨୯/୯- ପୋଲ ସଙ୍କୀର୍ଣ୍ଣ ଓ ରାସ୍ତା ବୁଲାଣିଆ ଥିବାରୁ ନିୟନ୍ତ୍ରଣ ହରାଇ ଟ୍ରକ ତଳକୁ ଖସି ପଡିଲା ଓ ଟ୍ରକ ଚାଳକର ଘଟଣାସ୍ଥଳରେ ମୃତ୍ୟୁ ଘଟିଛିା । ଏହି ମର୍ମନ୍ତୁଦ ଦୁର୍ଘଟଣା ସ୍ଥାନୀୟ ରେଢାଖୋଲ ଉପଖଣ୍ଡ ଅନ୍ତର୍ଗତ ଚନ୍ଦ୍ରପୁର ଗାଁ ନିକଟରେ ଘଟିଛି, ଯାହାକି ବ୍ଲକ ମୁଖ୍ୟାଳୟ ନାକଟିଦେଉଳ ଠାରୁ ପ୍ରାୟ ୪ କିମି ଦୂରରେ ଅବସ୍ଥିତ । ରେଢାଖୋଲ-ଦେବଗଡ ରାଜ୍ୟ ରାଜପଥ ସ୍ଥିତ ଏହି ପୋଲଟି ସଙ୍କୀର୍ଣ୍ଣ ଓ ଏହାର ସଂଯୋଗ ମାର୍ଗ ବୁଲାଣିିଆ ରହିଥିବାରୁ ସେଠାରେ ଏହି ଦୁର୍ଘଟଣା ଘଟିଛି ବୋଲି ସ୍ଥାନୀୟ ଲୋକଙ୍କ ସୁତ୍ରରୁ ପ୍ରକାଶ । ଦୁର୍ଘଟଣା ଘଟିତ ଟ୍ରକଟିର ନମ୍ବର ଓଡି – ୦୭ଏଡି – ୬୩୭୧ ଓ ଏହା ରେଢାଖୋଲ ପଟରୁ ଦେବଗଡ଼ ଆଡ଼କୁ ଯାଉଥିଲା । ମୃତ ଚାଳକ ଜଣକ ଭୋଲାଶଙ୍କର ରଥଶର୍ମା (୪୦) ରୂପେ ଚିହ୍ନଟ କରାଯାଇଛି ଓ ସେ ବ୍ରହ୍ମପୁର ନିକଟସ୍ଥ ଅଙ୍କୋଲି ନିବାସୀ ବୋଲି କୁହାଯାଇଛି । ଟ୍ରକରେ ହେଲପର ରୂପେ ଯାତ୍ରା କରୁଥିବା ମୋହନ ଗୌଡ (୨୮) ମଧ୍ୟ ଗଞ୍ଜାମ ଜିଲ୍ଲା ନିବାସୀ ଓ ତାହାକୁ ଆହତାବସ୍ଥାରେ ନାକଟିଦେଉଳ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ନାକଟିଦେଉଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଟ୍ରକଟିକୁ ଜବତ କରିବାସହ ମାମଲାର ତଦନ୍ତ କରୁଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

eighteen − eleven =