ମୁଣ୍ଡିପଦର ଓ ମୁର୍ଷୁଣ୍ଢି ପାଇଁ ସ୍ୱତନ୍ତ୍ର ଧାନ କ୍ରୟ କେନ୍ଦ୍ର ପ୍ରତିଷ୍ଠା ଦାବି

0 701

ବୌଦ୍ଧ,୨୯/୯ – ବୌଦ୍ଧବ୍ଲକ୍‌ ମୁଣ୍ଡିପଦର ଗ୍ରାମ ପଂଚାୟତ ଓ ମୁର୍ଷୁଣ୍ଢି ଗ୍ରାମ ପଂଚାୟତର ଚାଷୀମାନଙ୍କ ପାଇଁ ସ୍ୱତନ୍ତ୍ର ଧାନ କ୍ରୟ କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ସମ୍ପୃକ୍ତ ଅଂଚଳର ଚାଷୀମାନେ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ତାଲସରଡା ଗ୍ରାମ ପଂଚାୟତର ସାହାଜପାଲ ଠାରେ ମୁଣ୍ଡିପଦର ସେବା ସମବାୟ ସମିତି ଓ ବଢିଗାଁ ଠାରେ ବଢିଗାଁ ସେବା ସମବାୟ ସମିତି ପରିସରରେ ପ୍ରତିବର୍ଷ ଅସ୍ଥାୟୀ ଧାନ କ୍ରୟ କେନ୍ଦ୍ର ଖୋଲିଥାଏ । ଧାନ ପଂଜିକରଣ କରିଥିବା ତାଲସରଡା ଓ ମୁଣ୍ଡିପଦର ଗ୍ରାମ ପଂଚାୟତର ଚାଷୀ ସାହାଜପାଲ ମଣ୍ଡିରେ ଏବଂ ବଢିଗାଁ ଓ ମୁର୍ଷୁଣ୍ଢି ଗ୍ରାମ ପଂଚାୟତର ଚାଷୀ ବଢିଗାଁ ମଣ୍ଡିରେ ଧାନ ବିକ୍ରୟ କରିଥାଆନ୍ତି । ଉଭୟ ମଣ୍ଡିରେ ୮୦/ ୯୦ ହଜାର ଧାନ କ୍ରୟ ହେଉଥିବାରୁ ଓ ମଣ୍ଡିରେ ସ୍ଥାନାଭାବ ଥିବାରୁ ଚାଷୀକୁଳ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଚାଷୀ ଅଭିଯୋଗ କରିଛନ୍ତି । ସେଥିପାଇଁ ମୁଣ୍ଡିପଦର ଓ ବଢିଗାଁ ସେବା ସମବାୟ ସମିତି ତରଫରୁ ମୁଣ୍ଡିପଦର ଓ ମୁର୍ଷୁଣ୍ଢି ଗ୍ରାମ ପଂଚାୟତର ଚାଷୀମାନଙ୍କ ପାଇଁ ସ୍ୱତନ୍ତ୍ର ଅସ୍ଥାୟୀ ଧାନ କ୍ରୟ କେନ୍ଦ୍ର ଖୋଲା ଯିବାକୁ ସମ୍ପୃକ୍ତ ଅଂଚଳର ଚାଷୀମାନେ ଜିଲ୍ଲାପାଳଙ୍କ ନିକଟରେ ଦାବିପତ୍ର ପ୍ରଦାନ କରିଛନ୍ତି । ପ୍ରତି ପଂଚାୟତର ଚାଷୀ ମାନଙ୍କ ପାଇଁ ଅଲଗା ଅଲଗା ଅସ୍ଥାୟୀ ମଣ୍ଡି ପ୍ରତିଷ୍ଠା କରାଗଲେ ଚାଷୀକୁଳ ଉପକୃତ ହେବେ ବୋଲି ଆଶାବାଦୀ ଥିବା ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

eighteen − 16 =