ପଲଶାଗୋରା ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଉଦଘାଟିତ:
ପ୍ରତିଭା ଅନ୍ୱେଷଣ ଓ ପ୍ରତିଯୋଗିତା ମୂଳକ ମନୋବୃତ୍ତି ସୃଷ୍ଟି ପାଇଁ ଜ଼ିଲ୍ଲାପାଳଙ୍କ ପରାମର୍ଶ

0 200

ବୌଦ୍ଧ,୯/୧୨- ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲଶାଗୋରା ସରକାରୀ ଉଚ୍ଚ ବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଆଜି ଉଦଘାଟିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟ ସମ୍ମୁଖରେ ନୂତନ ଭାବେ ନିର୍ମିତ ସୁବର୍ଣ୍ଣ ଜୟନ୍ତୀ ତୋରଣ ଉଦଘାଟନ ଓ ବିଦ୍ୟାଳୟ ପରିସରରେ ସ୍ଥାପିତ ଅଗ୍ରପୂଜ୍ୟ ଶ୍ରୀ ଗଣେଶଙ୍କ ବିଗ୍ରହ ପ୍ରତିଷ୍ଠା ହୋଇଯାଇଛି । ସକାଳେ ପ୍ରଥମେ ଏକ ମଶାଲ ଶୋଭାଯାତ୍ରା ସ୍ଥାନୀୟ ଦୁର୍ଗା ମନ୍ଦିରରୁ ବାହାରିଥିବାବେଳେ ଏଥିରେ ପୁରାତନ, ବର୍ତ୍ତମାନର ଛାତ୍ରଛାତ୍ରୀ ଓ ପ୍ରଧାନ ଶିକ୍ଷକ, ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସାମିଲ ହୋଇ ସଂକୀର୍ତ୍ତନ୍ୟ ଓ ଦୁଲଦୁଲି ବାଜା ସହ ଗ୍ରାମ ପରିକ୍ରମା କରି ବିଦ୍ୟାଳୟରେ ପହଞ୍ଚିଥିଲେ । ପରେ ସୁବର୍ଣ୍ଣ ଜୟନ୍ତୀ ତୋରଣ ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମହୀଧର ରଣା ଯୋଗଦେଇ ଏହି ଉତ୍ସବ ଆୟୋଜକଙ୍କୁ ଉଚ୍ଚ଼ ପ୍ରଶଂସା କରି ସ୍କୁଲର ସର୍ବାଙ୍ଗୀନ ବିକାଶ ପାଇଁ ଦୃଢ଼ ପ୍ରତିଶ୍ରୁତି ଦେଇଥିଲେ ଏବଂ ଆପଣଙ୍କ ଭଳି ପ୍ରତିଭା ସମ୍ପନ୍ନ ପୁରାତନ ଛାତ୍ରଛାତ୍ରୀଙ୍କ ପ୍ରତିଭା ଓ ଭଲ ଗୁଣକୁ ନୂତନ ପିଢୀ ଅନୁକରଣ କରିବେ ଓ ନିଶ୍ଚୟ ଉତ୍ସାହିତ ହେବେ ବୋଲି ମତ ରଖିଥିଲେ । ସମ୍ମାନିତ ଅତିଥିଭାବେ ବୌଦ୍ଧ ଜ଼ିଲ୍ଲାପାଳ ଶ୍ରୀ ସତ୍ୟ ରଞ୍ଜନ ସାହୁ ଯୋଗଦେଇ ଉତ୍ସବର ସ୍ମରଣିକାର ଉଚ୍ଚକୋଟୀର ଲେଖାସବୁକୁ ଉଚ୍ଚ ପ୍ରଶଂସା କରିଥିଲେ । ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପ୍ରତିଯୋଗିତା ମୂଳକ ମନୋବୃତ୍ତି ସୃଷ୍ଟି କରି ଓ ପିଲାଙ୍କ ଭିତରେ ପ୍ରତିଭା ଅନ୍ୱେଷଣ କରି ଅଧିକ ଡାକ୍ତର ଓ ପ୍ରଶାସକ ତିଆରି କରିବାକୁ ଶିକ୍ଷକଙ୍କୁ ପରାମର୍ଶ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ, ବ୍ଲକ ଅଧ୍ୟକ୍ଷା ସସ୍ମିତା ସେନାପତି, ଜିଲ୍ଲା ପରିଷଦ ସଭ୍ୟା ପଦ୍ମାଳୟା ପ୍ରଧାନ, ପଲଶାଗୋରା ସରପଞ୍ଚ ସୁଶ୍ରୀ ସୌଦାମିନୀ ମଲିକ, ନାଏବ ସରପଞ୍ଚ ପଦ୍ମନାଭ ସାହୁ, ସୁବର୍ଣ୍ଣ ଜୟନ୍ତୀ କମିଟି ସଭାପତି ପୂର୍ଣ୍ଣଚନ୍ଦ୍ର ମଲିକ, ସମ୍ପାଦକ ଉଦ୍ଧବ ମହାଲିକ, ବିଦ୍ୟାଳୟ ପ୍ରଧାନଶିକ୍ଷକ ଜୟନ୍ତ କୁମାର ପ୍ରଧାନ, ବିଦ୍ୟାଳୟ ପୂର୍ବତନ ଛାତ୍ର ମନୋଜ କୁମାର ଅଗ୍ରୱାଲ ଯୋଗଦେଇ ନିଜ ବକ୍ତବ୍ୟ ମାଧ୍ୟମରେ ଛାତ୍ରଛାତ୍ରୀ, ଶିକ୍ଷକ ଓ ଆୟୋଜକଙ୍କୁ ଉତ୍ସାହିତ କରିଥିଲେ ।

hiring

କମିଟି ସଭାପତି ଶ୍ରୀ ମଲିକଙ୍କ ଅଧ୍ୟକ୍ଷତାରେ ଏହିସଭା ଅନୁଷ୍ଠିତ ହୋଇଥିବା ବେଳେ ସଭାରେ ଦିବଙ୍ଗତ ପ୍ରତିଷ୍ଠାତା ସଦସ୍ୟଙ୍କ ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଏହି ଅବସରରେ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସ୍ମରଣିକା “ସୁବର୍ଣ୍ଣ ସ୍ୱର’ ପୁସ୍ତକକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ସଭାକୁ ସମୀର ମେହେର ସଂଯୋଜନା କରିଥିବାବେଳେ ବିଦ୍ୟାଳୟର ପୂର୍ବତନ ଛାତ୍ର ଶିଶିର ଖଟୁଆ ଓ ନିରଞ୍ଜନ ବାରିକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କାର୍ଯ୍ୟକ୍ରମରେ କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ । ଶେଷରେ ପ୍ରାଧାନ ଶିକ୍ଷକ ଜୟନ୍ତ କୁମାର ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

twenty − nineteen =