ବୈଷୟିକ ତ୍ରୁଟି ଯୋଗୁଁ ପହଞ୍ଚି ପାରୁନାହିଁ କେନାଲପାଣି !

0 823

ବୌଦ୍ଧ,୧୩/୯ – ବାଘନଦୀ କେନାଲର ପାଣି ବୈଷୟିକ ତ୍ରୁଟିଯୋଗୁଁ ତଳ ମୁଣ୍ଡରେ ପହଞ୍ଚି଼ି ପାରୁନାହିଁ ବୋଲି ଅନେକ ଗ୍ରାମର ଚାଷ ଜମିକୁ କେନାଲ ପାଣି ପହଞ୍ଚି ପାରୁନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ବାଘ କେନାଲର ଆୟକଟ ଅଂଚଳ ମଧ୍ୟରେ ଥିବା ବଡ଼ମାଲ୍‌ -ଖଇରମାଲ୍‌ – ରକସା କେନାଲରେ ପାଣି ଆସୁନଥିବା ଯୋଗୁଁ ଚାଷୀମାନେ ଚିନ୍ତାରେ ପଡିଛନ୍ତି । ଆଗାମୀ ଦିନରେ ବର୍ଷା ନହେଲେ ଶହ ଶହ ଶହ ଏକର୍‌ ଧାନ ଚାଷ ନଷ୍ଟ ହୋଇଯିବାର ଆଶଙ୍କା ଦେଖାଦେଇଛି । ଏ ଅଂଚଳରେ ଥିବା ଜମିକୁ ଦେଖି କେନାଲ କରାଯାଉନଥିବା ହେତୁ ଆବଶ୍ୟକ ପାଣି ଆସୁନଥିବା ଅଭିଯୋଗ ହୁଏ । କେନାଲ ଗୋଟିଏ ଛୋଟ ଡ୍ରେନ ଠାରୁ ମଧ୍ୟ ଆହୁରି ସଂକୀର୍ଣ୍ଣ ଥିବା ହେତୁ ଜଳପ୍ରବାହ ବାଧାପ୍ରାପ୍ତ ହୋଇଥିବା ଦେଖିବାକୁ ମିଳୁଛି । ଏ ସମ୍ପର୍କରେ ସ୍ଥାନୀୟ ଚାଷୀମାନେ ଦାୟିତ୍ୱରେ ଥିବା କନିଷ୍ଠଯନ୍ତ୍ରୀଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ ବୈଷୟିକ ତ୍ରୁଟିଯୋଗୁଁ ଚାଷୀ ଉପକୃତ ହୋଇପାରୁନାହାନ୍ତି ।
ଅପରପକ୍ଷରେ ଚାଷୀମାନେ କ୍ଷେତକୁ ପାଣି ଦାବି କରି ଆନ୍ଦୋଳନ କରିବାକୁ ପ୍ରସ୍ତୁତ ହେଉଥିବା ଶୁଣିବାକୁ ମିଳେ । ଚାଷୀ ରାସ୍ତାକୁ ଓହ୍ଲାଇବା ପୁର୍ବରୁ ବିଭାଗୀୟ ଯନ୍ତ୍ରୀ ଓ ସର୍ବୋପରି ଜିଲ୍ଲାପାଳ ମହୋଦୟ ଚାଷୀଙ୍କ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବାକୁ ଜନସାଧାରଣରେ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

2 + eighteen =