ଆଜି ବୌଦ୍ଧ ଜିଲ୍ଲାରେ ୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ସଂଖ୍ୟାହେଲା ୨୫୭୨

0 1,340

ବୌଦ୍ଧ,୩୧/୧୦ – ଆଜି ବୌଦ୍ଧ ଜିଲ୍ଲାରେ ପୁଣି ନୂତନ ୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ବୌଦ୍ଧବ୍ଲକ୍‌ ବାଉଁଶୁଣୀ ଗ୍ରାମରୁ ୧ ଜଣ, ହରଭଙ୍ଗା ବ୍ଲକ୍‌ କୁଶଙ୍ଗ ଗ୍ରାମରୁ ୩ ଜଣ, ଛତ୍ରଙ୍ଗ ଗ୍ରାମରୁ ୨ ଜଣ, ଘଣ୍ଟପାଲି ଗ୍ରାମରୁ ୧ ଜଣ, କଣ୍ଟାମାଳ ବ୍ଲକ୍‌ ପଲସାଗୋରା ଗ୍ରାମରୁ ୧ ଜଣ, ବରଡିପଦର ଗ୍ରାମରୁ ୨ ଜଣ, ଡେଙ୍ଗପଦର୍‌ ଗ୍ରାମରୁ ୫ ଜଣ, ବଉଳପୁର୍‌ ଗ୍ରାମରୁ ୧ ଜଣ, ଉମା ଗ୍ରାମରୁ ୧ ଜଣ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି । ବର୍ତ୍ତମାନ ସୁଦ୍ଧା ବୌଦ୍ଧ ଜିଲ୍ଲାରେ ୨୫୭୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୨୩୮୭ ଜଣ ସୁସ୍ଥ ହୋଇ ସାରିଛନ୍ତି । ସେହିପରି ବର୍ତ୍ତମାନ ୧୭୬ ଜଣ ଚିକିତ୍ସାଧୀନ ଅଛନ୍ତି ଓ ୯ ଜଣ କରୋନା ପଜିଟିଭ ମୃତ୍ୟୁବରଣ କରିଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିରଞ୍ଚି ଧରୁଆ ସୁଚନା ଦେଇଛନ୍ତି । ୮୪ ଜଣ ବ୍ୟକ୍ତିଙ୍କ ରିପୋର୍ଟ ଆସିବା ବାକି ଥିବା ଜଣା ପଡିଛି ।

hiranchal ad1
Leave A Reply

Your email address will not be published.

six + five =