ବୌଦ୍ଧରେ ନୂତନ ଜିଲ୍ଲାପାଳଙ୍କ ଦାୟିତ୍ୱ ଗ୍ରହଣ

0 215

ବୌଦ୍ଧ,୩୧/୧:- ବୌଦ୍ଧର ନୂତନ ଜିଲ୍ଲାପାଳ ଭାବେ ଭାରତୀୟ ପ୍ରଶାସନିକ ସେବାର ଅଧିକାରୀ ଜେ. ସୋନାଲ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ବିଦାୟୀ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁଙ୍କ ଠାରୁ ଦାୟିତ୍ୱ ଗ୍ରହଣ ପରେ ଶ୍ରୀ ସୋନାଲ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବିଭିନ୍ନ୍‌ ବିଭାଗ ବୁଲି ଦେଖିଥିଲେ । ମହାନଦୀ ବିହାର ପାର୍କ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଥିବା ମିଶନ ଶକ୍ତି କାଫେ ମଧ୍ୟ ବୁଲି ଦେଖିଥିଲେ । ଏହାପରେ ବୌଦ୍ଧର ମୁଖ୍ୟ ଚିକିତ୍ସାଳୟ, ନିର୍ମାଣଧୀନ ମୁଖ୍ୟ ଚିକିତ୍ସାଳୟର କୋଠା, ବ୍ରିଜଛକ, ଆଳତୀଘାଟ, ବୌଦ୍ଧ ସହରର ବିଭିନ୍ନ ମନ୍ଦିର, ବିଭିନ୍ନ ଛକ ପରିଦର୍ଶନ କରିଥିଲେ । ଜିଲ୍ଲାପାଳଙ୍କ ପରିଦର୍ଶନ ସମୟରେ ଅତିରିକ୍ତ ଜିଲ୍ଲାପାଳ ଦାରିଦ୍ର୍ୟ ଭଞ୍ଜନ ମଦନ ମୋହନ ପାତ୍ର, ଉପ ଜିଲ୍ଲାପାଳ ରବିନ୍ଦ୍ର ନାଥ କହଁର ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହାପରେ ସନ୍ଧ୍ୟାରେ ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ନୂତନ ଜିଲ୍ଲାପାଳଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ମାନେ ସ୍ୱାଗତ କରିଥିବା ବେଳେ ବିଦାୟୀ ଜିଲ୍ଲାପାଳଙ୍କୁ ବିଦାୟୀ ସମ୍ବର୍ଦ୍ଧନା ଜଣାଇଥିଲେ । ନୂତନ ଜିଲ୍ଲାପାଳ ଶ୍ରୀ ସୋନାଲ ଏହା ପୂର୍ବରୁ ବ୍ରହ୍ମପୁର ମ୍ୟୁନିସିପାଲ କର୍ପୋରେସନ କମିଶନର ଭାବେ କାର୍ଯ୍ୟ କରୁଥିଲେ । ବିଦାୟୀ ଜିଲ୍ଲାପାଳ ଶ୍ରୀ ସ୍ୱାଇଁ ଓଡିଶା ସରକାରଙ୍କ ରାଜସ୍ୱ ସଚିବ ଭାବେ ବଦଳି ହୋଇଛନ୍ତି ।

hiring
hiranchal ad1
Leave A Reply

Your email address will not be published.

17 + thirteen =