ବୌଦ୍ଧ: ଆଜିଠାରୁ ପୁଣି ଦିଆଯିବ କରୋନା ଟିକା

0 454

ବୌଦ୍ଧ,୧୫/୪- ଟିକା ସରିଯାଇଥିବା ଯୋଗୁଁ ଗତ ଦୁଇ ଦିନ ଧରି ଜିଲ୍ଲାରେ କରୋନା ଟିକାକରଣ କାର୍ଯ୍ୟକ୍ରମ ବନ୍ଦ ରହିଥିଲା । ମିଳିଥିବା ସୂଚନା ଅନୁଯାୟୀ ୩୫୦୦ ଗୋଟି ଟିକା ବୌଦ୍ଧରେ ପହଞ୍ଚିବା ପରେ ଆଜି ଠାରୁ ଜିଲ୍ଲାରେ ପୁଣି ଟିକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ୩୫୦୦ ଟିକା ମିଳିବା ପରେ ବୌଦ୍ଧ ଟିକା ଦାନ କେନ୍ଦ୍ରକୁ ୭୦୦ ଡୋଜ୍‌ ,ବାଉଁଶୁଣୀ କେନ୍ଦ୍ରକୁ ୯୦୦ ଡୋଜ୍‌, ମନମୁଣ୍ଡା କେନ୍ଦ୍ରକୁ ୧୧୦୦ ଡୋଜ୍‌ ଓ ପୁରୁଣାକଟକ କେନ୍ଦ୍ରକୁ ୮୦୦ ଡୋଜ୍‌ ବିତରଣ କରାଯାଇଛି । ପୁର୍ବରୁ ୧୧ ଗୋଟି କେନ୍ଦ୍ରରେ ଟିକାକରଣ ଚାଲିଥିବା ବେଳେ ଆଜି ଠାରୁ ୪ ଗୋଟି କେନ୍ଦ୍ରରେ ଚାଲିବ ବୋଲି ଜଣାପଡିଛି ।

hiranchal ad1
Leave A Reply

Your email address will not be published.

1 × five =