ପୋଖରୀରେ ବୁଡି ବୃଦ୍ଧଙ୍କ ମୃତ୍ୟୁ

0 1,648

ବୌଦ୍ଧ,୧୫/୪- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଧଳପୁର୍‌ ଗ୍ରାମର ଜଣେ ୬୪ ବର୍ଷୀୟ ବୃଦ୍ଧ ପୋଖରୀରେ ବୁଡି ଗତକାଲି ପ୍ରାଣ ହରାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଧଳପୁର୍‌ ଦଳିତ ସାହିର ଶମ୍ଭୁ ନାଏକ (୬୪) ବୁଧବାର ଅପରାହ୍ନ ପ୍ରାୟ ୧ ଘଣ୍ଟା ସମୟରେ ଧଳପୁର ବଙ୍ଗଳା ନିକଟରେ ଥିବା ଏକ ପୋଖରୀକୁ ଗାଧୋଇବା ପାଇଁ ଯାଇଥିବା ବେଳେ ପାଣିରେ ବୁଡି ମୃତ୍ୟୁବରଣ କରିଥିଲେ । ବହୁ ସମୟ ଧରି ଘରକୁ ନ ଫେରିବାରୁ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ । ପୋଖରୀ ହୁଡାରେ ଶମ୍ଭୁଙ୍କ ପିନ୍ଧିଥିବା ଚପଲ ଓ ବାଡି ଥିବାରୁ ସେ ପାଣିରେ ବୁଡି ଯାଇଥିବା ସନ୍ଦେହ କରି ପୋଖରୀରେ ଖୋଜିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିନଥିଲା । ଚାରିଛକ ଦମକଳ ବାହିନୀ ଖବରପାଇ ପରେ ପୋଖରୀ ଭିତରୁ ସନ୍ଧ୍ୟା ୬ ଘଣ୍ଟା ସମୟରେ ମୃତଦେହ ଉଦ୍ଧାର କରିଥିଲେ । ତାଙ୍କ ମୁଣ୍ଡରେ କ୍ଷତ ଥିବାରୁ ଗୋଡ ଖସି ପଡି ଯାଇଥିବା ସନ୍ଦେହ କରାଯାଉଛି ।

hiranchal ad1
Leave A Reply

Your email address will not be published.

four × five =