ଜିଲ୍ଲା କିଷାନ କଂଗ୍ରେସ କମିଟିର ସମ୍ବର୍ଦ୍ଧନା ସଭା

0 247

ବୌଦ୍ଧ,୧୬/୧୦ – ବୌଦ୍ଧବ୍ଲକ ଶଗଡା ବାଘ ପ୍ରକଳ୍ପ ବଙ୍ଗଳାଠାରେ ଜିଲ୍ଲା କିଷାନ କଂଗ୍ରେସ କମିଟିର ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ରଘୁନାଥ ପଲିଆଙ୍କ ଅଧକ୍ଷତାରେ ଉକ୍ତ ସଭାରେ ରାଜ୍ୟ କିଷାନ କଂଗ୍ରେସ ସାଧାରଣ ସମ୍ପାଦକ ତଥା ବୌଦ୍ଧଜିଲ୍ଲା କିଷାନ କଂଗ୍ରେସର ଜିଲ୍ଲା ପ୍ରଭାରୀ ସପ୍ନେଶ୍ୱର ପୃଷ୍ଟି, ଜିଲ୍ଲା କିଷାନ କଂଗ୍ରେସର ଉପଦେଷ୍ଟା ଅବଦୁଲ ଅଜିଜ ଖାଁ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ମହେଶ୍ୱର ପ୍ରଧାନ, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ବିକ୍ରମ ପ୍ରଧାନ, କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି କଳାକାର ବେହେରା ପ୍ରମୁଖ ଜିଲ୍ଲା କିଷାନ କଂଗ୍ରେସର ନୂତନ ନିଯୁକ୍ତି ପାଇଥିବା କର୍ମକର୍ତା ତଥା ଉପସଭାପତି ପୂର୍ଣ୍ଣଚନ୍ଦ୍ର ଥପା, ଅଚ୍ୟୁତ କର୍ଣ୍ଣ ଏବଂ କିଷାନ କଂଗ୍ରେସ ବୌଦ୍ଧ ବ୍ଲକ ସଭାପତି ସଂଜୀବ ନାୟକ, କଣ୍ଟାମାଳ ବ୍ଲକ କିଷାନ କଂଗ୍ରେସ ସଭାପତି ଅନନ୍ତ କର୍ଣ୍ଣ, କିଷାନ କଂଗ୍ରେସର ସମ୍ପାଦକ ଛବିଳ ବେହେରାଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

hiring

ଜିଲ୍ଲା କିଷାନ କଂଗ୍ରେସର ଶତାଧିକ କର୍ମୀ ଉପସ୍ଥିତ ରହି ସଭାକୁ ସଫଳ କରିଥିଲେ ।

hiranchal ad1
Leave A Reply

Your email address will not be published.

thirteen + 9 =