ନଳକୂପ ହେଉନି ମରାମତି, ଲୋକେ ହନ୍ତସନ୍ତ

0 151

ବୌଦ୍ଧ/ବାଉଁଶୁଣୀ,୧/୫- ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ୍‌ ମନମୁଣ୍ଡା ପଞ୍ଚାୟତ ଦେଉଳି ଗ୍ରାମରେ ଥିବା ଦୁଇଟି ନଳକୂପ ପ୍ରାୟ ମାସେ ହେବ ଅଚଳ ହୋଇପଡିଥିବାରୁ ଲୋକେ ପାଣିପାଇଁ ଡହଳ ବିକଳ ହେଉଥିବା ଅଭିଯୋଗ ହୁଏ । ମିଳିଥିବା ସୂଚନା ଅନୁଯାୟୀ ଦେଉଳି ଗ୍ରାମର ଦୁଇଟି ନଳକୂପ ଦୀର୍ଘ ଏକମାସ ଧରି ଅଚଳ ହୋଇ ରହିଛି । ନଳକୂପର ମରାମତି ପାଇଁ ସ୍ଥାନୀୟ ସରପଞ୍ଚଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୈାଣସି ସୁଫଳ ମିଳୁନଥିବା ଜଣାପଡିଛି । ମରାମତି ପାଇଁ ଆବଶ୍ୟକ ଯନ୍ତ୍ରାଂଶ ନଥିବା ଯୋଗୁଁ ତାହା ହୋଇପାରୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏ ଦିଗରେ ପଞ୍ଚାୟତିରାଜ ଓ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ପଦକ୍ଷେପ ଗ୍ରହଣକରି ତୁରନ୍ତ ମରାମତି କରାଇବାକୁ ଜନସାଧାରଣରେ ଦାବୀ ହେଉଛି । କଣ୍ଟାମାଳ ବ୍ଲକ ରେ ଦିନକୁଦିନ ତାପମାତ୍ରା ବଢିବାରେ ଲାଗିଛି ,ହେଲେ ଏହି ନଳକୂପ ଉପରେ କାହାରି ଦୃଷ୍ଟି ପଡ଼ୁନାହିଁ । ତୁରନ୍ତ ଏହି ନଳକୂପକୁ ସଜାଡିବାକୁ ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

hiranchal ad1
Leave A Reply

Your email address will not be published.

fifteen − 3 =