ଆଜି ବୌଦ୍ଧରୁ 87 ପଜିଟିଭ ଚିନ୍ହଟ, ମୋଟ୍ ସଂଖ୍ୟା ବୃଦ୍ଧି ହେଲା 3495 କୁ

0 3,472

hiring

ବୌଦ୍ଧ,୧/୫ – ଆଜି ପୁଣି 87 ପଜିଟିଭ ବୌଦ୍ଧ ଜିଲ୍ଲାରେ ଚିନ୍ହଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି l ଆଜିର ନୂତନ ପଜିଟିଭ ମାନଙ୍କୁ ମିଶାଇ ଜିଲ୍ଲାରେ ଆଜି ପର୍ଯ୍ୟନ୍ତ ମୋଟ୍ 3495 ଜଣ କରୋନା ପଜିଟିଭ ଚିନ୍ହଟ ହୋଇ ସାରିଛନ୍ତି l 2872 ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଯାଇଥିବା ବେଳେ 13 ଜଣ ମୃତ୍ୟୁବରଣ କରିଥିବା ଜଣାପଡିଛି l ସେହିପରି ବର୍ତ୍ତମାନ 605 ଗୋଟି ସକ୍ରିୟ ମାମଲା ରହିଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛନ୍ତି l ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂ ଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଯେଉଁ 87 ପଜିଟିଭ ଚିନ୍ହଟ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ବୌଦ୍ଧ ଏନଏସି ର ରାମେଶ୍ୱର ବିହାର ଅଂଚଳର 2 ଜଣ, ଇରିଗେସନ କଲୋନୀର 1 ଜଣ, ରାଜନପାଲିର 3 ଜଣ, ବଗିଚା ସାହିର 3 ଜଣ, ଦୈନିକ୍ ବଜାରର 2 ଜଣ, କେଉଟ ସlହି ଅଂଚଳର 1 ଜଣ, ଦାନୀ ସାହିରୁ 1 ଜଣ, ବାବୁସାହିରୁ 7 ଜଣ, ଗାନ୍ଧୀ ଛକରୁ 1 ଜଣ, ନୁଆସାହି ଅଂଚଳର 2 ଜଣ, ମାଷ୍ଟର୍ ଲାଇନରୁ 1 ଜଣ, ବୌଦ୍ଧ ବ୍ଲକ୍ ବଢିଗାଁ ଗ୍ରାମ ପଞ୍ଚାୟତ ଇଚ୍ଛାପୁର ଗ୍ରାମରୁ 1 ଜଣ,ମୁର୍ଶୁଣ୍ଢ1 ଗ୍ରାମ ପଞ୍ଚାୟତ ତେତେଲଙ୍ଗା ଗ୍ରାମରୁ 1 ଜଣ, ଲୁଣ୍ଡାବେରଣୀ ଗ୍ରାମରୁ 2 ଜଣ, ତାଲସରଡା ଗ୍ରାମ ପଞ୍ଚାୟତ ଟାଇଞ୍ଜନ୍ ଗ୍ରାମରୁ 1 ଜଣ, ତେଲିବନ୍ଧ ଗ୍ରାମରୁ 3 ଜଣ, ହରଭଙ୍ଗା ବ୍ଲକ ବାମଣ୍ଡା ଗ୍ରାମ ପଞ୍ଚାୟତ ଦେବଗଡ଼ ଗ୍ରାମରୁ 1 ଜଣ, ବାମଣ୍ଡା ଗ୍ରାମରୁ 2 ଜଣ, ତାଲବାହାଲ୍ ଗ୍ରାମରୁ 1 ଜଣ, ଧଳପୁର୍ ଗ୍ରାମରୁ 4 ଜଣ, ହରଭଙ୍ଗା ଗ୍ରାମରୁ 3 ଜଣ, ସୁରୁଣ୍ଡି ଗ୍ରାମରୁ 6 ଜଣ, କରଞ୍ଜକଟା ଗ୍ରାମ ପଞ୍ଚାୟତ ଲକ୍ଷ୍ମଣପୁର୍ ଗ୍ରାମରୁ 1 ଜଣ, ପୀତାମ୍ବରପୁର ଗ୍ରାମ ପଞ୍ଚାୟତ ଇନ୍ଦ୍ରପୁର ଗ୍ରାମରୁ 2 ଜଣ, ପୁରୁଣା କଟକ ଗ୍ରାମରୁ 1 ଜଣ, ରାଧାନଗର୍ ଗ୍ରାମ ପଞ୍ଚାୟତ ଗାନ୍ଧୀ ଗ୍ରାମରୁ 1 ଜଣ, ରାମଗଡ଼ ଗ୍ରାମରୁ 1 ଜଣ, ସାମ୍ପୋଚ ଗ୍ରାମ ପଞ୍ଚାୟତ ରାମ୍ଭିକଟା ଗ୍ରାମରୁ 1 ଜଣ, ଶ୍ୟାମସୁନ୍ଦରପୁର୍ ଗ୍ରାମରୁ 1 ଜଣ, ସରସରା ଗ୍ରାମ ପଞ୍ଚାୟତ ରଇଠାଣୀ ଗ୍ରାମରୁ 1 ଜଣ, କଣ୍ଟାମାଳ ବ୍ଲକ ଆମ୍ବଗାଁ ଗ୍ରାମ ପଞ୍ଚାୟତ ଦେଢେନ ମାଲ୍ ଗ୍ରାମରୁ 2 ଜଣ, ବରଗୋଛା ଗ୍ରାମ ପଞ୍ଚାୟତ ଲୁଣପଙ୍ଗା ଗ୍ରାମରୁ 1 ଜଣ, ମଲିକ ପଡା ଗ୍ରାମରୁ 1 ଜଣ, ବିଳାସପୁର୍ ଗ୍ରାମ୍ ପଂଚାୟତ କିରିକିଚି ପାଲି ଗ୍ରାମରୁ 1 ଜଣ, ପଙ୍କୁଆଲପଡା ଗ୍ରାମରୁ 1 ଜଣ, ବିଳାସପୁର୍ ଗ୍ରାମରୁ 1 ଜଣ, ଗୁଡଭେଲିପଦର ଗ୍ରାମରୁ 1 ଜଣ, କଣ୍ଟାମାଳ ଗ୍ରାମ ପଞ୍ଚାୟତ କଲରାକୋଠା ଗ୍ରାମରୁ 1 ଜଣ, କଣ୍ଟାମାଳ ଗ୍ରାମରୁ 6 ଜଣ, କୁଲୁତାଜୋର୍ ଗ୍ରାମ୍ ପଂଚାୟତ ଟପନ୍ନା ଗ୍ରାମରୁ 3 ଜଣ, ଲମ୍ବସରୀ ଗ୍ରାମ ପଞ୍ଚାୟତ ଗୁହିରା ପାଲି ଗ୍ରାମରୁ 2 ଜଣ, ମନମୁଣ୍ଡା ଗ୍ରାମରୁ 1 ଜଣ, ପଲସାଗୋରା ଗ୍ରାମ ପଞ୍ଚାୟତ ଡେଙ୍ଗପଦର୍ ଗ୍ରାମରୁ 1 ଜଣ ଓ ପିପଲପାଲି ଗ୍ରାମରୁ 4 ଜଣ କରୋନା ପଜିଟିଭ ଚିନ୍ହଟ ହୋଇଥିବା ଜଣା ପଡିଛି l

hiranchal ad1
Leave A Reply

Your email address will not be published.

three × 3 =