ଜହ୍ନ ।ପଙ୍କ ବସଷ୍ଟାଣ୍ଡଠାରେ ଯାତ୍ରୀବିଶ୍ରାମାଗାର ଓ ପରିସ୍ରାଗାର ନିର୍ମାଣ ପାଇଁ ସରପଞ୍ଚଙ୍କୁ ଦାବିପତ୍ର

0 242

ବୌଦ୍ଧ/ଜହ୍ନାପଙ୍କ,୩୦/୧- ବୌଦ୍ଧ ବ୍ଲକ ଅନ୍ତର୍ଗତ ଜହ୍ନାପଙ୍କ ବସଷ୍ଟାଣ୍ଡଠାରେ ଯାତ୍ରୀବିଶ୍ରାମାଗାର ଓ ପାରିସ୍ରାଗ ।ର ନିର୍ମାଣ ପାଇଁ ଅଞ୍ଚଳବାସୀ ଦୀର୍ଘ ଦିନରୁ ଜିଲ୍ଲାପାଳ ଓ ସ୍ଥାନୀୟ ବିଧାୟକଙ୍କୁ ଦାବି କରିଆସୁଥିଲେ ହେଁ ପ୍ରଶାସନ ଓ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ଏଠାରେ ଭୂମି ପୂଜନର ଦୁଇବର୍ଷ ବିତିଯାଇଥିଲେ ମଧ୍ୟ ଯାତ୍ରୀବିଶ୍ରାମାଗାର ନିର୍ମାଣ ଦିଗରେ କୌଣସି ପଦକ୍ଷେପ ନେଉନଥିବାରୁ ଶୁକ୍ରବାର ଜହ୍ନ ।ପଙ୍କ ଗ୍ରାମବାସୀଙ୍କ ପକ୍ଷରୁ ଏକ ଦାବିପତ୍ର ଖୁଣ୍ଟବନ୍ଧ ସରପଞ୍ଚ ମିତ୍ରଭାନୁ ପ୍ରଧାନଙ୍କୁ ଦାବିପତ୍ର ଦିଆଯାଇଛି । ସୂଚନାଯୋଗ୍ୟ ଯେ ଜହ୍ନାପଙ୍କ ଉପରେ ଆଖପାଖ ଅଞ୍ଚଳର ୭ ଟି ପଞ୍ଚାୟତର ଗ୍ରାମବାସୀ ନିର୍ଭର କରନ୍ତି ଏବଂ ଯାତ୍ରୀମାନେ ଦୂରଦୂରାନ୍ତକୁ ଯିବାପାଇଁ ବସକୁ ଅପେକ୍ଷା କରିଥାନ୍ତି । ଏଠାରେ ବିଶ୍ରାମାଗାର ଓ ପରିସ୍ରାଗାର ନଥିବାରୁ ମହିଳାମାନେ ବିଶେଷ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏସମ୍ପର୍କରେ ସରପଞ୍ଚ ମିତ୍ରଭାନୁ ପ୍ରଧାନଙ୍କୁ ଯୋଗାଯୋଗ କରିବାରୁ ତୁରନ୍ତ ଏଠାରେ ଯାତ୍ରୀବିଶ୍ରାମାଗାର ଓ ପରିସ୍ରାଗାର ନିର୍ମାଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।ଦାବିପତ୍ର ପ୍ରଦାନବେଳେ ସାମ୍ବାଦିକ ସୁଧାଂଶୁ ଶେଖର ମିଶ୍ର, ପୂର୍ବତନ ୱ ।ର୍ଡସଭ୍ୟ ସ୍ୱାଧୀନ କୁମାର ପ୍ରଧାନ ଓ ସ୍ୱେଚ୍ଛାସେବୀ ପ୍ରକାଶ ବାରିକ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

14 + seven =