ବୌଦ୍ଧଜିଲ୍ଲାରେ ୪୬ ଜଣ ଏଡ୍‌ସ ରୋଗୀ, ତନ୍ମଧ୍ୟରୁ ୬ ଶିଶୁ ଚିହ୍ନଟ

0 2,021

ବୌଦ୍ଧ,୩୦/୧ – ବୌଦ୍ଧ ଜିଲ୍ଲାରେ ୪୬ ଜଣ ଏଡ୍‌ସ ଆକ୍ରାନ୍ତ ଥିବା ବେଳେ ସେମାନଙ୍କ ମଧ୍ୟରୁ ୬ ଜଣ ଶିଶୁ ଥିବା ସୁଚନା ମିଳିଛି । ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଏ ସୁଚନା ମିଳିଛି । ବୌଦ୍ଧ ଜିଲ୍ଲାରେ ୪୬ ଜଣ ଏଡ୍‌ସ ରୋଗୀ ଚିକିତ୍ସାଧୀନ ଥିବାବେଳେ ସେମାନଙ୍କ ମଧ୍ୟରେ ୬ ଶିଶୁ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ଜିଲ୍ଲାପାଳ ବୈଠକରେ ଉଦବେଗ ପ୍ରକାଶ କରିଥିଲେ । ତେବେ ଯକ୍ଷ୍ମା ଓ ଏଡ୍‌ସ ଭଳି ରୋଗ ସମ୍ପର୍କରେ ଲୋକଙ୍କୁ ଅଧିକ ସଚେତନ କରାଇବା ସହିତ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ଦେବାପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିବା ଜଣାପଡିଛି । ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ତ୍ରିଲୋଚନ ପ୍ରଧାନ, ଜିଲ୍ଲା ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମର ଅଧିକାରୀ ଡାକ୍ତର ବି. ହେମ୍ବ୍ରମ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

2 + 8 =