ଦୀର୍ଘଦିନ ହେଲା ପଡିରହିଛି ପାନୀୟଜଳ ପ୍ରକଳ୍ପ, ଶୀଘ୍ର ମରାମତି ପାଇଁ ଦାବି

0 105

ବୌଦ୍ଧ,୩୧/୫ – ବୌଦ୍ଧବ୍ଲକ ବ୍ରାହ୍ମଣୀପାଲି ପଞ୍ଚାୟତ ଅନ୍ତର୍ଗତ ରେଙ୍ଗାଲୀ ଗ୍ରାମରେ ଥିବା ସୌରଶକ୍ତି ଚାଳିତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଦୀର୍ଘ ୬ମାସ ହେବ ଅଚଳ ହୋଇପଡିରହିଛି । ଏହାକୁ ମରାମତି କରିବାପାଇଁ ଗ୍ରାମବାସୀ ଗ୍ରାମପଞ୍ଚାୟତ ଓ ବିଭାଗୀୟ ଅଧିକାରୀମାନଙ୍କୁ ବାରମ୍ବାର ଦାବି କରିଆସୁଥିଲେ ମଧ୍ୟ ମରାମତି କରାଯାଉନଥିବାରୁ ଜନ ଅସନ୍ତୋଷ ପ୍ରକାଶ ପାଉଛି ।

hiring

ବିଭିନ୍ନ ଜଳ ଯୋଗାଣ ପ୍ରକଳ୍ପ ଗୁଡିକ ଖରାଦିନ ପୂର୍ବରୁ ମରାମତି କରିବାପାଇଁ ସରକାରଙ୍କ ନିର୍ଦ୍ଦେଶନାମା ଥିବା ସତ୍ତେ୍ୱ ଗ୍ରୀଷ୍ମଋତୁ ସରିବାକୁ ଯାଉଥିବାବେଳେ ଏହି ପ୍ରକଳ୍ପ ମରାମତି ହୋଇନପାରିବା କ୍ଷୋଭର ବିଷୟ । ପଞ୍ଚାୟତିରାଜ ଓ ଜଳ ପରିମଳ ବିଭାଗ ଏ ଦିଗରେ ଦୃଷ୍ଟିଦେଇ ତୁରନ୍ତ ପ୍ରକଳ୍ପ ମରାମତି ଦିଗରେ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

fourteen + 8 =