ବୌଦ୍ଧ: ଆଜି ୨୦୯ କରୋନା ପଜିଟିଭ ଚିହ୍ନଟ, ଝଗଡୁଗାଡିଆ ଗ୍ରାମରୁ ସର୍ବାଧିକ ୯୪

0 2,319

ବୌଦ୍ଧ,୩୧/୫- ଆଜି ପୁଣି ବୌଦ୍ଧ ଜିଲ୍ଲାରେ ଗୋଟିଏ ଦିନରେ ୨୦୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଲିଆର୍‌ ସିଂଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ବୌଦ୍ଧବ୍ଲକ୍‌ ଆମ୍ବଝରୀ ଗ୍ରାମ ପଞ୍ଚାୟତ ଖଜୁରୀପଡା ଗ୍ରାମରୁ ୧ ଜଣ, ବଢିଗାଁ ଗ୍ରାମରୁ ୪ ଜଣ, ବଘିଆପଡା ଗ୍ରାମରୁ ୨ ଜଣ, ବହିରା ଗ୍ରାମ ପଞ୍ଚାୟତ ସଦେଇପୁର୍‌ ଗ୍ରାମରୁ ୧ ଜଣ, ବାଉଁଶୁଣୀ ଗ୍ରାମ ପଞ୍ଚାୟତ ଡିମିରିପାଲି ଓ ଛେଳିବାହାଲ୍‌ ଗ୍ରାମରୁ ୧ ଜଣ ଲେଖାଏଁ, ବୌଦ୍ଧ ବ୍ରିଜଛକ ନିକଟରୁ ୧ ଜଣ, ଗୋଛାପଡା ଗ୍ରାମ ପଞ୍ଚାୟତ ଟାଲୁପାଲି ଓ ଅଁଳାଝୁଲି ଗ୍ରାମରୁ ୧ ଜଣ ଲେଖାଏଁ, କସୁରବନ୍ଧ ଗ୍ରାମ ପଞ୍ଚାୟତ ନୂଆଁପାଲି ଓ ବାଗଡିଆ ଗ୍ରାମରୁ ୧ ଜଣ ଲେଖାଏଁ, ମନୁପାଲି ଗ୍ରାମ ପଞ୍ଚାୟତ ଡିଗୀ ଗ୍ରାମରୁ ୨ ଜଣ, ମୁଣ୍ଡିପଦର ଗ୍ରାମ ପଞ୍ଚାୟତ ମୁଣ୍ଡିପଦର ଓ କୁଲୁତାଖଲି ଗ୍ରାମରୁ ୨ ଜଣ ଲେଖାଏଁ, ରକସା ଗ୍ରାମ ପଞ୍ଚାୟତ ମହେଶ୍ୱର ପିଣ୍ଡା ଗ୍ରାମରୁ ୧ ଜଣ, ଶଗଡା ଗ୍ରାମ ପଞ୍ଚାୟତ ଝଗଡୁଗାଡିଆ ଗ୍ରାମରୁ ୯୪ ଜଣ ଓ ଝାଙ୍କରପଡା ଗ୍ରାମରୁ ୧୨ ଜଣ, ତାଲସରଡା ଗ୍ରାମ ପଞ୍ଚାୟତ ବସ୍ତମ୍‌ପୁର୍‌ ଗ୍ରାମରୁ ୨ ଜଣ, ହରଭଙ୍ଗା ବ୍ଲକ୍‌ ବାମଣ୍ଡା ଗ୍ରାମ ପଞ୍ଚାୟତ ବେଠିଆ ବେରଣୀ ଗ୍ରାମରୁ ୩ ଜଣ ଓ ନାଏକପଡା ଗ୍ରାମରୁ ୧ ଜଣ, ବାଣୀଭୂଷଣପୁର୍‌ ଗ୍ରାମ ପଞ୍ଚାୟତ ଲୁଣ୍ଡୁରୁଜୋର୍‌ ଗ୍ରାମରୁ ୧ ଜଣ, ବୀରନରସିଙ୍ଗପୁର୍‌ ଗ୍ରାମ ପଞ୍ଚାୟତ ବିରାମଚନ୍ଦ୍ରପୁର୍‌ ଗ୍ରାମରୁ ୨୭ ଜଣ, ବୀରନରସିଂପୁର୍‌ ଗ୍ରାମରୁ ୩ ଜଣ ଓ କରଡି ଗ୍ରାମରୁ ୨ ଜଣ, ହରଭଙ୍ଗା ଗ୍ରାମ ପଞ୍ଚାୟତ ସୁରୁଣ୍ଡି ଗ୍ରାମରୁ ୧ ଜଣ, ରାଧାନଗର୍‌ ଗ୍ରାମରୁ ୧ ଜଣ, ସରସରା ଗ୍ରାମରୁ ୧ ଜଣ, କଣ୍ଟାମାଳ ବ୍ଲକ୍‌ ବରଗୋଛା ଗ୍ରାମ ପଞ୍ଚାୟତ ନୂଆଁପାଲି ଓ ମାଝୀପଡା ଗ୍ରାମରୁ ୧ ଜଣ ଲେଖାଏଁ, ବିଳାସପୁର ଗ୍ରାମ ପଞ୍ଚାୟତ ରାକ୍ଷସକୁଟୀ, ତାଲପଡା, ବିଳାସପୁର ଓ ସାନ ରାହାଜୋର୍‌ ଗ୍ରାମରୁ ୧ ଜଣ ଲେଖାଏଁ, ଗୁଡଭେଲିପଦର୍‌ ଗ୍ରାମ ପଞ୍ଚାୟତ ଡଂଗାଝୋଲ ଗ୍ରାମରୁ ୧ ଜଣ, ଯୋଗୀନ୍ଦ୍ରପୁର୍‌ ଗ୍ରାମ ପଞ୍ଚାୟତ କେଉଟିପାଲି ଓ ଯୋଗିନ୍ଦ୍ରପୁର୍‌ ଗ୍ରାମରୁ ୧ ଜଣ ଲେଖାଏଁ, କଣ୍ଟାମାଳ ଗ୍ରାମରୁ ୩ ଜଣ, ଖଟଖଟିଆ ଗ୍ରାମ ପଞ୍ଚାୟତ ବ୍ରାହ୍ମଣୀ ଓ ଖଟଖଟିଆ ଗ୍ରାମରୁ ୧ ଜଣ ଲେଖାଏଁ, ଲମ୍ବସରୀ ଗ୍ରାମ ପଞ୍ଚାୟତ ଧଉରାକୁଦ ଗ୍ରାମରୁ ୧ ଜଣ, ମନମୁଣ୍ଡା ଗ୍ରାମ୍‌ ପଞ୍ଚାୟତ ଦେଉଳି, ଭୁର୍କୀପଡା ଓ ମନମୁଣ୍ଡା ଗ୍ରାମରୁ ୧ ଜଣ ଲେଖାଏଁ, ପଲସାଗୋରା ଗ୍ରାମରୁ ୧ ଜଣ, ରେଙ୍ଗାଲି ଗ୍ରାମ ପଞ୍ଚାୟତ କମଘାଟ୍‌ ଗ୍ରାମରୁ ୪ ଜଣ ଓ ଚାରଭାଟି ଗ୍ରାମରୁ ୧ ଜଣ, ରୁଣ୍ଡିମହୁଲ ଗ୍ରାମ ପଞ୍ଚାୟତ ଶୁଲିଆ ଗ୍ରାମରୁ ୧ ଜଣ, ଶୁଣ୍ଢିପଦର ଗ୍ରାମ ପଞ୍ଚାୟତ ଧୁଙ୍ଗିୟା ପଦର ଓ ଶୁଣ୍ଢିପଦର ଗ୍ରାମରୁ ୧ ଜଣ ଲେଖାଏଁ, ବୌଦ୍ଧ ସହରାଞ୍ଚଳ ଅନ୍ତର୍ଗତ ବ୍ରାହ୍ମଣସାହି ଅଞ୍ଚଳର ୩ ଜଣ, ବୁଟୁପାଲିରୁ ୨ ଜଣ ଓ ରାମେଶ୍ୱର ବିହାର, ବ୍ରିଜ ଛକ, ମାଳିସାହି, ରାଜନପାଲି, ଏନ.ଏ.ସି. ଛକ ଓ ରଥସାହିରୁ ୧ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ଆଜିର କରୋନା ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୩୨ରେ ପହଞ୍ଚିଛି । ସେହିପରି ଗତକାଲି ସୁଦ୍ଧା କରୋନାରୁ ସୁସ୍ଥ ହୋଇଥିବା ସଂଖ୍ୟା ୬୪୩୭, ଚିକିତ୍ସାଧୀନ ଆକ୍ରାନ୍ତଙ୍କ ସଂଖ୍ୟା ୩୩୪୪, ରିପୋର୍ଟ ଅପେକ୍ଷାରେ ୭୫୫ ଓ କରୋନାରେ ୩୭ଜଣ ମୃତ୍ୟୁବରଣ କରିଥିବା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

11 − 10 =