ବୌଦ୍ଧ: ଆଜି ନୂଆ ୧୯ ଆକ୍ରାନ୍ତ ଚିହ୍ନଟ, ୧୧ଶହ ପାର୍‌ହେଲା କରୋନା

0 2,607

ବୌଦ୍ଧ,୧୪/୯ – ଆଜି ପୁଣି ନୂତନ ୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜିର ପଜିଟିଭକୁ ମିଶାଇ ଜିଲ୍ଲାରେ ଆଜିପର୍ଯ୍ୟନ୍ତ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୧୧୨ ରେ ପହଞ୍ଚିଛି । ଆଜି ଚିହ୍ନଟ ହୋଇଥିବା ପଜିଟିଭ ମାନଙ୍କ ମଧ୍ୟରେ ବୌଦ୍ଧ ସହରାଞ୍ଚଳ ମଧ୍ୟରୁ ୬ ଜଣ, ହରଭଙ୍ଗା ବ୍ଲକ୍‌ ବାମଣ୍ଡା ଗ୍ରାମରୁ ୧ ଜଣ, ପୁରୁଣାକଟକ ଗ୍ରାମରୁ ୪ ଜଣ, ତିଲେଶ୍ୱର ଗ୍ରାମରୁ ୨ ଜଣ, ଲକ୍ଷ୍ମଣପୁର ଗ୍ରାମରୁ ୧ ଜଣ, ସୁର୍ତା ଗୁଣ୍ଡା ଗ୍ରାମରୁ ୧ ଜଣ, ମାଉଳିସିଙ୍ଗା ଗ୍ରାମରୁ ୨ ଜଣ, କଣ୍ଟାମାଳ ବ୍ଲକ୍‌ ଘିକୁଣ୍ଡି ଗ୍ରାମରୁ ୧ ଜଣ ଅନ୍ତର୍ଭୁକ୍ତ । ସେହିପରି ଅନ୍ୟ ଜଣେ ବ୍ୟକ୍ତି ବାହାରେ ପରୀକ୍ଷା କରାଇ ପଜିଟିଭ ଚିହ୍ନଟ ହୋଇଥିବା ଯୋଗୁଁ ତାଙ୍କର ପରିଚୟ ହସ୍ତଗତ ହୋଇନଥିବା ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

2 × 3 =