ନିଆଁ ଲଗାଇ ଅଳିଆ ପୋଡି, ଡାକ୍ତରଖାନା ଧୁଆଁମୟ!

0 731

ବୌଦ୍ଧ,୨୯/୧୧ – ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ସ୍ୱତନ୍ତ୍ର କେବିନ ପାର୍ଶ୍ୱରେ ଥିବା ଟ୍ରାନ୍ସଫର୍ମର ନିକଟରେ ବିଭିନ୍ନ ଅଳିଆ ଆବର୍ଜନାରେ ନିଆଁ ଲଗାଇ ପୋଡା ଯାଉଥିବାରୁ ରୋଗୀ ଓ ଜନସାଧାରଣ ଅସନ୍ତୋଷ ପ୍ରକାଶ କରିଛନ୍ତି । ଡାକ୍ତରଖାନାରେ ବାହାରୁଥିବା ଅଳିଆ ଆବର୍ଜନା ପୋଡିବା ପାଇଁ ଏକ େଜୈବିକ ପ୍ଲାଣ୍ଟ ଥିଲେ ସୁଦ୍ଧା କିଛି ଦିନ ହେଲା ନିୟମିତ ଭାବରେ ସନ୍ଧ୍ୟା ସମୟରେ ନିଆଁ ଲଗାଇ ପୋଡା ଯାଉଥିବା ଦେଖିବାକୁ ମିଳୁଛି । ସରକାର ଅଳିଆ ଆବର୍ଜନା ନଷ୍ଟ କରିବା ପାଇଁ ଉକ୍ତ ପ୍ରକଳ୍ପରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରି ଗୋଟିଏ ଠିକା ସଂସ୍ଥାକୁ ପରିଚାଳନା ଦାୟିତ୍ୱ ଦେଇଥିବା ସତ୍ତେ୍ୱ ଖୋଲାଖୋଲି ଆବର୍ଜନା ପୋଡି ପରିବେଶ ନଷ୍ଟ କରାଯାଉଥିବାରୁ ଜନସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି । ଡାକ୍ତରଖାନା ଅଧୀକ୍ଷକ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏ ଦିଗରେ ଦୃଷ୍ଟି ଦେବାକୁ ଜନସାଧାରଣରେ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

4 − two =