ମା ମାହେଶ୍ୱରୀଙ୍କ ଷୋ’ଳ ପୂଜା ଉଦଯାପିତ

0 87

ବୌଦ୍ଧ,୨୧/୧୦- ସର୍ବ ପୁରାତନନ ପୀଠ ମା ମାହେଶ୍ୱରୀ ମନ୍ଦିର ବାମଣ୍ଡା ଠାରେ କୁମାର ପୂର୍ଣ୍ଣିମାରେ ଷୋ’ଳ ପୂଜାର ଉଦଯାପନୀ ଉତ୍ସବ ଜାକଜକମରେ କୋଭିଡ କଟକଣାରେ ପାଳିତ ହୋଇଯାଇଛି । ଅଶ୍ୱିନ ପୂର୍ଣ୍ଣିମାରେ ପ୍ରତ୍ୟେକବର୍ଷ ଡୁମାଳ ସମାଜ ଭାଇ ମାନଙ୍କ ଦ୍ୱାରା ମା ମାହେଶ୍ୱରୀଙ୍କ ଛତ୍ରଯାତ୍ରା ହୋଇଥାଏ । ମନ୍ଦିରରେ ଦିନ ସମୟରେ ମାହେଶ୍ୱରୀଙ୍କ ପୂଜାର୍ଚ୍ଚ଼ନା ସହିତ ଜାତି ସମାଜର ବାର୍ଷିକ ବୈଠକ ହୋଇଥାଏ । ସନ୍ଧ୍ୟାରେ ମାହେଶ୍ୱରୀଙ୍କ ଛତର ଯାତ୍ରା ଅନୁଷ୍ଠିତ ହୋଇଥାଏ ଯାହାକି ଶହ ଶହ ଶ୍ରଦ୍ଧାଳୁଙ୍କ ଗହଣରେ ଛତି, ଛତ୍ର ବାନା, ବଇରଖ ଧରି ଗ୍ରାମ ପରିକ୍ରମା କରିଥାନ୍ତି । ସେଥିରେ ବାଡ଼ିଖେଳ, ଢୋଲ, ନିଶାନ, ଘଣ୍ଟାଘଣ୍ଟ ବାଦ୍ୟରେ ଡୁମାଳ ଭାଇମାନେ ମସଗୁଲ ହୋଇ ମା ମାହେଶ୍ୱରୀଙ୍କୁ ଗ୍ରାମ ପରିକ୍ରମାକରି ଶେଷରେ ପୀଠକୁ ନିଆଯାଇଥାଏ ଓ ପୀଠରେ ନିଶାର୍ଦ୍ଧରେ ବ୍ରାହ୍ମଣ, ଦେହୁରୀଙ୍କ ଦ୍ୱାରା ପୂଜାର୍ଚ୍ଚନା ହୋଇଥାଏ । ତା ପରଦିନ ସକାଳୁ ଗ୍ରାମ ପରିକ୍ରମା କରିଥାନ୍ତି ।

hiring

ଗ୍ରାମର ସମସ୍ତ ପରିବାର ଧୂପ, ଦୀପ, କଳସ ଦ୍ୱାରା ସ୍ୱାଗତ ସହିତ ପୂଜାର୍ଚ୍ଚନା କରିଥାନ୍ତି । ଏଥିରେ ଡୁମାଳ ସମାଜ କେନ୍ଦ୍ର କମିଟି ସଭାପତି ଗରୁଡ଼ ପ୍ରଧାନ, ସମ୍ପାଦକ କୈଳାଶ ଚନ୍ଦ୍ର ବିଶି, ସହ ସମ୍ପାଦକ ଦୁର୍ଯ୍ୟୋଧନ ବିଶି, କୋଷାଧକ୍ଷ ସଂଜୀବ ମହାକୁଡ଼ ପ୍ରମୁଖ କେନ୍ଦ୍ରର ସଭ୍ୟମାନେ ଯୋଗ ଦେଇଥିଲେ । ମନ୍ଦିର କମିଟି ସଭାପତି ରବି ମହାକୁଡ଼ ଓ ଗ୍ରାମବାସୀଙ୍କ ନେତୃତ୍ୱରେ ଷୋ’ଳ ପୂଜା ଆଜି ଉଦଯାପିତ ହୋଇଯାଇଛି ।

hiranchal ad1
Leave A Reply

Your email address will not be published.

10 + fourteen =