ବ୍ଳକସ୍ତରୀୟ ଶିଶୁ ସୁରକ୍ଷା କମିଟିର ବୈଠକ

0 106

ବୌଦ୍ଧ/ଜହ୍ନ ।ପଙ୍କ,୨୭/୬: ବୌଦ୍ଧ ବ୍ଳକ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ ପରିସରରେ ଶିଶୁ ସୁରକ୍ଷା କମିଟିର ବ୍ଳକସ୍ତରୀୟ କିଶୋର କିଶୋରୀ ଦକ୍ଷତା ବୃଦ୍ଧି, ବାଲ୍ୟ ବିବାହ ନିଷେଧ ଟାସ୍କଫୋର୍ସ ଏବଂ ବ୍ଳକ ସ୍ତରୀୟ ଶିଶୁ ଶ୍ରମିକ ଟାସ୍କଫୋର୍ସର ତ୍ରୟୋମାସିକ ବୈଠକ ଓ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ସି ଡି ପି ଓ ମିନତୀ ଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ବ୍ଳକ ଅଧ୍ୟକ୍ଷ ପ୍ରତ୍ୟୁଷ ପ୍ରିୟଦର୍ଶୀ ରଥ,ସମ୍ମାନିତ ଅତିଥି ଭାବେ ଏ ବି ଡି ଓ ପ୍ରମୋଦ କୁମାର ମିଶ୍ର, ଏବିଇଓ କମଳାକାନ୍ତ ଦଳବେହେରା,ମିଶନ ଶକ୍ତି ବ୍ଳକ ସଂଯୋଜିକା ସସ୍ମିତା ବାଦୀ, ଶିଶୁ ସୁରକ୍ଷା ୟୁନିଟର ବସନ୍ତ ଦିଶିରି, ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷୟିତ୍ରୀ ସ୍ନେହଲତା ପୁରୋହିତ, ଡ଼ି ଏସ୍‌ ଏସ୍‌ ଏର ସାନନ୍ଦ ବେହେରା ଯୋଗ ଦେଇ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ ଏବଂ ପୂର୍ବରୁ ସରପଞ୍ଚ ଓ ପରିଦର୍ଶିକାଙ୍କ ତତ୍ୱାବଧାନରେ ପ୍ରତି ପଂଚାୟତରେ ଅନୁଷ୍ଠିତ ହୋଇଥିବା ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମରେ ୱ ।ଇ ସି ଡି ଏ ର କିଶୋର ଓ ଲିଯିମୋଲ ସହଯୋଗ କରିଥିଲେ । ଶେଷରେ ଶ୍ରୀ ଦିଶିରି ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

7 + fourteen =