ରୋଚକ ଦୃଶ୍ୟ : ପଛରୁ ଆସି ମୋଦୀଙ୍କ ପିଠିରେ ହାତରଖି ଡାକିଲେ ଓ ଅଭିନନ୍ଦନ ଜଣାଇଲେ ବାଇଡେନ

0 81

ନୂଆଦିଲ୍ଲୀ : ଜି-୭ ସମ୍ମିଳନୀ ପାଇଁ ଏବେ ଜର୍ମାନୀ ଗସ୍ତରେ ଅଛନ୍ତି । ଆଜି ସେ ବିଭିନ୍ନ ଦେଶର ନେତାଙ୍କୁ ଭେଟି ଆଲୋଚନା କରିଛନ୍ତି । ତେବେ ଆଜି ଯେଉଁ ଘଟଣାଟି ଘଟିଛି,ତାହା ସମଗ୍ର ବିଶ୍ୱରେ ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି । କାରଣ,ଘଟଣା ତଥା ଦୃଶ୍ୟଟି ସେହିଭଳି । ତାହା ଯେତିକି ରୋଚକ,ସେତିକି ତାତ୍ପର୍ଯ୍ୟପୂର୍ଣ୍ଣ ମଧ୍ୟ । ଏହାର ଭିଡିଓ ଏବେ ସାମ୍ନାକୁ ଆସିଛି । ଭିଡିଓରେ ଦେଖାଯାଇଛି ଯେ, ଜି-୭ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ସାଥି ହୋଇ ଚାଲି ଚାଲି ଯାଉଥିବା ବେଳେ ପଛରୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଆସୁଛନ୍ତି । ଏହା ପରେ ସେ ଆସି ମୋଦୀଙ୍କ କାନ୍ଧରେ ହାତ ରଖି ତାଙ୍କୁ ଡାକୁଛନ୍ତି ଏବଂ ମୋଦୀ ତାଙ୍କୁ ବୁଲିପଡି ଦେଖିବା ପରେ ବାଇଡେନ ତାଙ୍କ ସହ ହାତ ମିଳାଇ ତାଙ୍କୁ ଅଭିବାଦନ ଜଣାଉଛନ୍ତି । ସେଠାରେ ଅନ୍ୟ ବରିଷ୍ଠ ବ୍ୟକ୍ତିମାନେ ଥିଲେ ବି ବାଇଡେନ ଏଭଳି ଭାବେ ଆସି ମୋଦୀଙ୍କ ସହ ହାତ ମିଳାଇବାଟା ଏବେ ଭାରତବାସୀଙ୍କ ମନ କିଣିଛି । ଆମେରିକା ଭଳି ଶକ୍ତିଶାଳୀ ଦେଶର ରାଷ୍ଟ୍ରପତି ଜୋ ବାଇଡେନ ଯେଉଁଭଳି ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରାଧାନ୍ୟ ଦେଇ ତାଙ୍କୁ ଅଭିବାଦନ ଜଣାଇଛନ୍ତି,ସେଥିରୁ ଭାରତର ଗୁରୁତ୍ୱ କେତେ ବଢିଛି ତାହା ଜଣାପଡୁଛି । କେବଳ ଏତିକି ନୁହେଁ,ଜି-୭ ବୈଠକରେ ମୋଦୀଙ୍କୁ ଯେଭଳି ଅନ୍ୟ ଦେଶର ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିମାନେ ବାଟ କଢେଇ ନେଉଛନ୍ତି ଓ ମୋଦୀଙ୍କ କଥାକୁ ଆଗ୍ରହର ସହକାରେ ଶୁଣୁଛନ୍ତି,ତାହା ହିଁ ଭାରତର ଶକ୍ତିକୁ ପ୍ରମାଣିତ କରିଛି ।

hiranchal ad1
Leave A Reply

Your email address will not be published.

9 + six =