ଉଦଘାଟିତ ହେଲା ବୌଦ୍ଧ ପଲ୍ଲିଶ୍ରୀ ଏବଂ ପୁସ୍ତକ ମେଳା

0 102

ବୌଦ୍ଧ,୨୪/୪- ବୌଦ୍ଧର ପ୍ରସିଦ୍ଧ ଶ୍ରୀରାମଲୀଳା ଯାତ୍ରା ଅବସରରେ ବୌଦ୍ଧ ପଲ୍ଲିଶ୍ରୀ ଏବଂ ପୁସ୍ତକ ମେଳାର ଶୁଭ ଉଦଘାଟନୀ ଉତ୍ସବ ଶନିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଏକ ମଶାଲ ଶୋଭାଯାତ୍ରା ଶ୍ରୀରାମ ମନ୍ଦିର ଠାରୁ ବାହାରି ସହର ପରିକ୍ରମା କରି କଚେରୀ ପଡିଆ ଠାରେ ପହଁଚିଥିଲା । ଏହି ସାଂସ୍କୃତିକ ଶୋଭାଯାତ୍ରାରେ ବୌଦ୍ଧ, ହରଭଙ୍ଗା ଏବଂ କଣ୍ଟାମାଳ ବ୍ଲକର ବହୁ ସଂଖ୍ୟାରେ କଳାକାର ଯୋଗ ଦେଇ ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ । ପରେ ପରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ମାନ୍ୟବର ଉପ -ବାଚସ୍ପତି, ଓଡିଶା ବିଧାନସଭା ଶ୍ରୀଯୁକ୍ତ ରାଜନୀକାନ୍ତ ସିଂହ ଯୋଗଦେଇଥିବାବେଳେ ସମ୍ମାନୀତ ଅତିଥି ଭାବେ ଆରକ୍ଷୀ ଅଧିକ୍ଷକ ଜ୍ଞାନ ରଞ୍ଜନ ମହାନ୍ତି, ଅତିରିକ୍ତ ଜ଼ିଲ୍ଲାପାଳ ବବିତାରାଣୀ ଦଳବେହେରା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ୱିନୀ ମେହେର, ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର ଯୋଗ ଦେଇଥିଲେ । ସଭାପତି ଭାବେ ଜ଼ିଲ୍ଲାପାଳ ଯୋଗଦେଇ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ । ଜ଼ିଲ୍ଲା ସଂସ୍କୃତି ଅଧିକାରୀ ଶୁକ୍ରୁ ସ୍ୱାଇଁ ସ୍ୱାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ସହକାରୀ ଶିକ୍ଷକ ପ୍ରମୋଦ କୁମାର ପ୍ରଧାନ ପରିଚାଳନା କରିଥିଲେ ଏବଂ ବସନ୍ତ କୁମାର ସାହୁ ପ୍ରଧାନ ଶିକ୍ଷକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ନଟରାଜ କଳା ମନ୍ଦିର, ଫୁଲବାଣୀ -ଓଡିଶୀ, ପଏଁରୀ, ସୁବର୍ଣ୍ଣପୁର -ସମ୍ବଲପୁରୀ ଏବଂ ପଦ୍ମିନୀ ଦୋରା ଏବଂ ସାଥି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ମର୍ଯ୍ୟାକୁଦର ସଂକୀର୍ତନ ମଣ୍ଡଳୀ, ମଙ୍ଗଳ ମହୁରୀ (ମାଲେଶ୍ରୀ ବାଦ୍ୟ ) ସହ ପୂଜାର୍ଚ୍ଚନା ଓ ମଙ୍ଗଳ ଆରତୀ, ବାବା ବୈଦ୍ୟନାଥ ନାଟ୍ୟ କଳା ପରିଷଦ, ସରସରା ଶ୍ରୀରାମଲୀଳା ଯାତ୍ରା -ସୀତାଚୋରି ଅଭିନୟ କରି ସମ୍ବର୍ଦ୍ଧିତ ହୋଇଥିଲେ । ଏହି ଅବସରରେ ବୁଟୁପାଲୀ ମଞ୍ଚରେ ପାଲା ପରିବେଷଣ ସହ ଶ୍ରୀରାମ ମନ୍ଦିର ମଞ୍ଚରେ ଶ୍ରୀରାମ ଲୀଳା ଯାତ୍ରାସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । କଚେରୀ ପଡିଆ ଠାରେ ପୁସ୍ତକ ଷ୍ଟଲ -୧୨ ଟି, ୨୮ଟି ଜ଼ିଲ୍ଲାରୁ ଆସିଥିବା ସ୍ୱୟଂ ସହାୟକ ଗୋଷ୍ଠୀର ୭୪ ଟି ଷ୍ଟଲ ଏବଂ ସମସ୍ତ ବିଭାଗର ୪୪ ଟି ଷ୍ଟଲ ଏହିପରି ସର୍ବମୋଟ ୧୫୭ ଟି ଷ୍ଟଲ ଖୋଲାଯାଇଛି । ଏହି ମେଳା ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ ।

hiranchal ad1
Leave A Reply

Your email address will not be published.

four × three =