ହରିଶ୍ଚନ୍ଦ୍ର ଯୋଜନାର ଟଙ୍କା ହଡପ ଅଭିଯୋଗ

0 1,020

ବୌଦ୍ଧ,୨୯/୪- ବୌଦ୍ଧବ୍ଲକ୍‌ ବଢିଗାଁ ଗ୍ରାମ ପଞ୍ଚାୟତରେ ଜଣେ ହିତାଧିକାରୀଙ୍କ ହରିଶ୍ଚନ୍ଦ୍ର ଯୋଜନାର ୨ ହଜାର ଟଙ୍କା ହଡପ କରାଯାଇଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ବଢିଗାଁ ଗ୍ରାମର ଜେମାମଣି ସାହୁ (୭୧) ଗତ ତା ୮. ୮. ୨୦୨୦ ରେ ମୃତ୍ୟୁବରଣ କରିଥିଲେ । ଶବ ସଂସ୍କାର ପାଇଁ ସରକାର ହରିଶ୍ଚନ୍ଦ୍ର ଯୋଜନାରେ ୨୦୦୦ଟଙ୍କାର ସହାୟତା ଯୋଗାଇ ଦେବାର ବ୍ୟବସ୍ଥା ରହିଛି । ମୃତ ଜେମାମଣିଙ୍କ ପୁଅ ନବୀନ ସାହୁ ସହାୟତା ପାଇଁ ଆବେଦନ କରିଥିଲେ ମଧ୍ୟ ଗ୍ରାମ ପଞ୍ଚାୟତ ତରଫରୁ ୨୦୦୦ ଟଙ୍କା ମିଳିନଥିଲା । ବର୍ତ୍ତମାନ ଶ୍ରୀ ସାହୁ ସହଜ ଜନସେବା କେନ୍ଦ୍ରରୁ ନେଟରେ ଦେଖି ଜାଣିବାକୁ ପାଇଲେ ଯେ ତାଙ୍କୁ ହରିଶ୍ଚନ୍ଦ୍ର ଯୋଜନାରୁ ତା ୨୪. ୮. ୨୦୨୦ ରେ ୨ ହଜାର ଟଙ୍କା ଦିଆଯାଇଥିବା ରେକର୍ଡରେ ଦେଖାଯାଇଛି । ସେ କୌଣସି ଟଙ୍କା ପାଇନଥିବା ଅଭିଯୋଗ କରିଛନ୍ତି । କେହି ମିଥ୍ୟା ଭାଉଚର୍‌ କରି ତାଙ୍କର ସହାୟତା ରାଶି ହଡପ କରି ନେଇଥିବା ସନ୍ଦେହ କରୁଛନ୍ତି । ଏ ସମ୍ପର୍କରେ ତଦନ୍ତ କରାଯାଇ ହରିଶ୍ଚନ୍ଦ୍ର ଯୋଜନାର ସହାୟତା ରାଶି ହଡପ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବୀ କରିଛନ୍ତି ।

hiranchal ad1
Leave A Reply

Your email address will not be published.

fourteen − 4 =