ଟିକା ନେଇଥିଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ, ହେଲେ କରୋନା ପଜିଟିଭ

0 120

ଜୟପୁର : ରାଜସ୍ଥାନରେ କରୋନା ସଂକ୍ରମଣ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ମଧ୍ୟ ସଂକ୍ରମଣର ଶିକାର ହୋଇଛନ୍ତି । ଗୁରୁବାର ସୋସିଆଲ ମିଡିଆରେ ଗେହଲୋଟ୍ ନିଜେ ଏହା ଜଣାଇଛନ୍ତି । ସେ ଲେଖିଛନ୍ତି, ‘ଆଜି କୋଭିଡ ପରୀକ୍ଷା କରିବା ପରେ ମୋର ରିପୋର୍ଟ ମଧ୍ୟ ପଜିଟିଭ ହୋଇଛି । ମୋର କୌଣସି ଲକ୍ଷଣ ନାହିଁ ଏବଂ ଭଲ ଲାଗୁଛି । କୋଭିଡ ପ୍ରୋଟୋକଲ ଅନୁସରଣ କରି ମୁଁ ପୃଥକ ଭାବରେ କାର୍ଯ୍ୟ ଜାରି ରଖିବି । ‘ ଏହାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ବୁଧବାର ଦିନ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ସୁନୀତା ଗେହଲୋଟଙ୍କ ରିପୋର୍ଟ ମଧ୍ୟ ପଜିଟିଭ ଆସିଥିଲା ।
ଗେହଲୋଟ୍ କରୋନା ଟିକା ର ଉଭୟ ଡୋଜ ନେଇଛନ୍ତି । ସେ ଫେବୃଆରୀରେ ପ୍ରଥମ ଏବଂ ଦ୍ୱିତୀୟଟି ମାର୍ଚ୍ଚ ଶେଷରେ ନେଇଥିଲେ । ବିଶେଷଜ୍ଞଙ୍କ ଅନୁଯାୟୀ, ଟୀକାକରଣର ଉଭୟ ଡୋଜ ନେବା ପରେ କରୋନା ହେବାର ଆଶଙ୍କା କମିଯାଏ ।

hiranchal ad1
Leave A Reply

Your email address will not be published.

nine + five =