ବୌଦ୍ଧ : ଦ୍ୱିତୀୟ ଦିନବି ଜିଲ୍ଲାରେ କରୋନା ଆକ୍ରାନ୍ତ ଶୁନ

0 425

ବୌଦ୍ଧ,୩୦/୧୧ – ଆଜି ବୌଦ୍ଧ ଜିଲ୍ଲାରେ କେହି ଜଣେ ମଧ୍ୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇନଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଗତକାଲି ମଧ୍ୟ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଶୁନ ଥିଲା । ନଭେମ୍ବର ମାସ ଆରମ୍ଭରୁ ଜିଲ୍ଲାରେ କରୋନା ଗ୍ରାଫ୍‌ ନିମ୍ନଗାମୀ ହୋଇଥିଲା । ସବୁଦିନ ପ୍ରାୟ ଏକ ଅଙ୍କ ମଧ୍ୟରେ ରହି ଆସିଛି କରୋନା ଆକ୍ରାନ୍ତମାନଙ୍କ ସଂଖ୍ୟା । ଜିଲ୍ଲାରେ ଆଜି ସୁଦ୍ଧା ୨୭୩୬ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୨୬୯୮ ଜଣ ସୁସ୍ଥ ହୋଇସାରିଛନ୍ତି । ଜିଲ୍ଲାରେ ୧୧ ଜଣ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ବର୍ତ୍ତମାନ ୨୭ ଜଣ ଚିକିତ୍ସାଧୀନ ଥିବା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିରଞ୍ଚି ଧରୁଆ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

7 − four =