ଅଗ୍ନିପଥ ଯୋଜନାକୁ ପ୍ରତ୍ୟାହାର ଦାବିରେ ବୌଦ୍ଧ ଜିଲ୍ଲା କଂଗ୍ରେସ ତରଫରୁ ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ

0 131

ବୌଦ୍ଧ,୨୭/୬- ବର୍ତ୍ତମାନ କେନ୍ଦ୍ର ସରକାର ଦ୍ୱାରା ଲାଗୁ କରାଯାଇଥିବା ତ୍ରୁଟିପୂର୍ଣ୍ଣ ଅଗ୍ନିପଥ ନିଯୁକ୍ତି ଯୋଜନାକୁ ବିରୋଧ କରି ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳୀର କର୍ମକର୍ତ୍ତା ବୌଦ୍ଧ ଜିଲ୍ଲା କଂଗ୍ରେସର ଆହ୍ୱାନ କ୍ରମେ, ଏକ ତିନି ଘଣ୍ଟିଆ ସତ୍ୟାଗ୍ରହ ଓ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯାଇଛି । ଜିଲ୍ଲା କଂଗ୍ରେସ ଉପ ସଭାପତି ସମରେଶ ମିଶ୍ରଙ୍କ ସଭାପତିତ୍ୱରେ ଜିଲ୍ଲା ମୁଖ୍ୟ ପ୍ରବକ୍ତା ଶାନ୍ତନୁ ମହାପାତ୍ର, ବରିଷ୍ଠ କଂଗ୍ରେସ ନେତା ସୁଧୀର କୁମାର କର୍ଣ୍ଣ , ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ବିକ୍ରମ ପ୍ରଧାନ , ଜିଲ୍ଲା ଧୀବର ସେଲ ସଭାପତି ନାରାୟଣ ବେହେରା, ଜିଲ୍ଲା ଏସ ସି ସେଲ ସଭାପତି ବୈଦ୍ୟନାଥ ମହାନନ୍ଦ, ମହିଳା ନେତ୍ରୀ ସନ୍ଧ୍ୟା ରାଣୀ ସିଂ ପ୍ରମୁଖ ଅଭିଭାଷଣ ରଖିଥିବା ବେଳେ ରୋହିତାଶ୍ୱ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗଣେଶ ପ୍ରସାଦ ଅଗ୍ରୱାଲ, ତାରିଣୀ ଜେନା, ମହିଳା ସଭାନେତ୍ରୀ କବିତା ମହାକୁଳ, ପ୍ରଭାତୀ ବେହେରା,ହରଭଙ୍ଗା ବ୍ଲକ ସଭାପତି ପଙ୍କଜ କର୍ଣ୍ଣ, ବାସୁଦେବ ପ୍ରଧାନ, ସତ୍ୟନାରାୟଣ ବେହେରା, ଅର୍ଜୁନ ମହାନନ୍ଦିଆ, ସମରେନ୍ଦ୍ର ମହାକୁଳ, ପୌଲସ୍ତି ପ୍ରଧାନ, ବେଣୁଧର ମେହେର, ବୁଦ୍ଧ ଦେବ ପ୍ରଧାନ, ପ୍ରଦୀପ ଦାସ, ପ୍ରଭଞ୍ଜନ ବାରିକ, ସୁଶୀଲ ହୋତା, ଚିତ୍ତରଞ୍ଜନ ବେହେରା, ସଂଜୀବ କୁମାର ଦେଓ ପ୍ରମୁଖ ଶତାଧିକ କଂଗ୍ରେସ ନେତୃମଣ୍ଡଳୀ ଉପସ୍ଥିତ ଥିଲେ । ଅଗ୍ନିପଥ ଯୋଜନା ନାମରେ ଯୁବବର୍ଗଙ୍କୁ ପ୍ରତାରଣାପୂର୍ଣ୍ଣ ଠିକା ନିଯୁକ୍ତି ଯୋଜନାକୁ ତୁରନ୍ତ ପ୍ରତ୍ୟାହାର ପାଇଁ ଦାବି କରାଯାଇଛି ।

hiranchal ad1
Leave A Reply

Your email address will not be published.

5 × one =