ଜମି ଲିଜ ପଟ୍ଟା ପାଇବା ସତ୍ତେ୍ୱ ଜମି ଦଖଲ ନହେବାରୁ ତହସିଲ କାର୍ଯ୍ୟାଳୟ ଘେରାଉ

0 93

ସୁବର୍ଣ୍ଣପୁର : ବାସହୀନଙ୍କୁ ଜମି ଯୋଗାଇଦେବା ପାଇଁ ସରକାରଙ୍କ ଅନେକ ଯୋଜନା କ୍ରମରେ ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ରାମପୁର ତହସିଲ ଅଞ୍ଚଳରେ ଅନେକ ଆଦିବାସୀ ହରିଜନ ଓ ଗରିବଗୁରୁବାଙ୍କୁ ଜମି ଲିଜ ସୂତ୍ରରେ ପ୍ରଦାନ କରାଯାଇଥିଲା । ହେଲେ ସେମାନେ ପାଇଥିବା ପଟ୍ଟାରେ ଜମିର ଖାତା ନଂ ମୌଜା ଇତ୍ୟାଦି ଦର୍ଶାଯାଇଥିଲେ ମଧ୍ୟ ସେମାନଙ୍କୁ ଉକ୍ତ ଜମିସବୁ ହସ୍ତାନ୍ତର ହୋଇପାରିନାହିଁ । ସେ ସବୁ ଜମି ଅଦ୍ୟାବଧି ଜମିମାଫିଆ ମାନଙ୍କର କବଜାରେ ରହି ସେମାନେ ଭୋଗଦଖଲ କରିଆସୁଛନ୍ତି ତଥା ସେ ସବୁ ଚାଷଜମିର ଉତ୍ପାଦିତ ଶସ୍ୟ ଅମଳ କରି ସରକାରଙ୍କୁ ମଧ୍ୟ ମଣ୍ଡିରେ ବିକ୍ରି କରୁଛନ୍ତି । ଯେହେତୁ ପଟ୍ଟା ପାଇଥିବା ହିତାଧିକାରୀ ଇତି ମଧ୍ୟରେ କ୍ରମାଗତ ଭାବରେ ତହସିଲଦାର, ଉପଜିଲ୍ଲାପାଳ ଓ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିଥିଲେ ମଧ୍ୟ ଅଦ୍ୟାବଧି କିଛି ସୁଫଳ ପାଉନଥିବା କାରଣରୁ ଆଜି “ଜିଲ୍ଲା ଗରିବ ଭୂମିହୀନ, ଜମିହୀନ ମହାସଂଘ’ ନାମରେ ବିଶିଷ୍ଟ ଯୁବନେତା ତଥା ବରିଷ୍ଠ ଆଇନଜୀବୀ ବଳଦେବ ପ୍ରସାଦ ବେଦବାକଙ୍କ ନେତୃତ୍ୱରେ ରାମପୁର ତହସିଲର ଗଜବନ୍ଧ,ବଡକର୍ଲେ, ଅନ୍ଧାରି ବାଞ୍ଜି, ଭିମଟିକ୍ରା, ପଣ୍ଡରାପାଲି ପ୍ରଭୃତି ଗ୍ରାମର ଧନେଶ୍ୱର ବେହେରା, ଗୁଲାରଣା, ସାଧିଆ ପୋଢ଼, କରମଜାଲ, ଜୀବର୍ଦ୍ଧନ କଠାଲ, ସୁମାଲି ବରିହା, ମନ କଁଅର ,ବରୁଣ ସୁନା,ଦାଶ ତାଣ୍ଡି, କାଳନ୍ଦି ସେଠ୍‌, ହିରଣ ସେଠ୍‌, ଭକ୍ତ କଅଁର ପ୍ରମୁଖ ଶତାଧିକ ହିତାଧିକାରୀ ଆଜି ରାମପୁର ତହସିଲ ଅଫିସ ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ ପୂର୍ବକ ସେମାନଙ୍କୁ ସେମାନେ ପାଇଥିବା ଜମି ଚିହ୍ନଟ କରି ମଡାଇଦେବା ସହ ଜବରଦଖଲକାରୀ ଜମିମାଫିଆମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରି ବିଭିନ୍ନ ନାରା ଦେଇଥିଲେ ।

hiranchal ad1
Leave A Reply

Your email address will not be published.

13 + fourteen =